33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୨୧ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ସରକାରଙ୍କ ୫ ଘୋଷଣା

୨୧ ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ସରକାରଙ୍କ ୫ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ତାର ତାଣ୍ଡବ ରଚାଇ ଚାଲିଛି । ସେଥିପାଇଁ ଏହି କରୋନାରୁ ରକ୍ଷା ପାଇବା ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ଇଏସଆଇସି ଯୋଜନାର ଫାଇଦା ଉଠାଇବାକୁ ଥିବା କର୍ମଚାରୀଙ୍କ ବାର୍ଷିକ ଅଂଶଦାନ ଜମା ନ ହେବା ପରେ ବି ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ତେବେ ଇଏସଆଇସି ଯୋଜନାର ଫାଇଦା ସେହି ମାନଙ୍କୁ ମିଳିଥାଏ, ଯେଉଁମାନଙ୍କର ମାସିକ ଆୟ ୨୧ ହଜାରରୁ କମ୍ ହୋଇଥିବ ଏବଂ ୧୦ ଜଣ କର୍ମଚାରୀ ଥିବା କମ୍ପାନୀରେ ସେ କାର୍ଯ୍ୟରତ ଥିବେ । ତେବେ ଏହା ପୂର୍ବରୁ ୨୦୧୬ ମସିହା ପର୍ଯ୍ୟନ୍ତ ମାସିକ ଆୟ ସୀମା ୧୫ ହଜାର ଥିଲା । ଯାହାକୁ ୨୦୧୭ ମସିହା ଜାନୁୟାରୀ ୧ ତାରିଖରୁ ବୃଦ୍ଧି କରାଯାଇ ୨୧ ହଜାର କରାଯାଇଥିଲା ।
ଲକ ଡାଉନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ୫ଟି ବଡ ଘୋଷଣା
ମିଳିବ ସମସ୍ତ ସୁବିଧା: ଯେଉଁ କମ୍ପାନୀମାନେ କର୍ମଚାରୀଙ୍କ ବାର୍ଷିକ କିଛି ଅଂଶଦାନକୁ ଜମା କରିପାରିନଥିବେ, ସେହି କର୍ମଚାରୀଙ୍କୁ କୌଣସି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ପଡିବନି । ବରଂ ସେମାନେ ସମସ୍ତ ସୁବିଧା ପାଇବେ ବୋଲି ଇଏସଆଇସି ପକ୍ଷରୁ ସୂଚନା ଦିଆଯାଇଛି ।
ଅବଧି ନଥିବା କାର୍ଡର କରିପାରିବେ ବ୍ୟବହାର: ଯଦି କର୍ମଚାରୀଙ୍କ ମେଡିକାଲ କାର୍ଡ, ଯାହା ଦ୍ୱାରା ସେମାନଙ୍କୁ ମେଡିକାଲ ସେବା ମିଳିଥାଏ, ଯଦି ତାର ଅବଧି ଶେଷ ହୋଇଯାଇଥାଏ, ତେବେ ଚିନ୍ତିତ ହେବାର କୌଣସି କାରଣ ନାହିଁ । କାରଣ ସେମାନେ ତାଙ୍କର ପୁରୁଣା କାର୍ଡର ବ୍ୟବହାର କରି ସମସ୍ତ ସେବାର ଲାଭ ଉଠାଇ ପାରିବେ । କର୍ମଚାରୀଙ୍କ ବାର୍ଷିକ ଅନୁଦାନ ଜମା ନହେବା ପରେ ବି ଇଏସଆଇସି, ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସବୁ ମେଡିକାଲ ସୁବିଧା ଉପଲବ୍ଧ କରାଇବା ପାଇଁ ଘୋଷଣା କରିଛି ।
ଘରୋଇ ଔଷଧ ଦୋକାନରୁ ନେଇପାରିବେ ଔଷଧ: ଏସବୁକୁ ବାଦ ଦେଲେ ଇଏସଆଇସି , କର୍ମଚାରୀ କିମ୍ବା ଅନ୍ୟ ଲାଭାର୍ଥୀ ମାନଙ୍କୁ ଘରୋଇ ଔଷଧ ଦୋକାନରୁ ଔଷଧ ନେବାର ବି ସୁବିଧା ପ୍ରଦାନ କରିଛି । ଘରୋଇ ମେଡିସିନ ଦୋକାନରୁ ମେଡିସିନ କିଣିବା ପରେ ପରବର୍ତ୍ତୀ ସମୟରେ ଇଏସଆଇସିରୁ ଖର୍ଚ୍ଚ ହୋଇଥିବା ପଇସାକୁ ମଧ୍ୟ କ୍ଲେମ କରିପାରିବେ ।
ବିଭିନ୍ନ ହସ୍ପିଟାଲରେ ହୋଇପାରିବ ଚିକିତ୍ସା: ଯେଉଁ ଇଏସଆଇସି ହସ୍ପିଟାଲକୁ କୋଭିଡ-୧୯ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଛି, ସେଠାରେ ଚିକିତ୍ସା କରାଉଥିବା କର୍ମଚାରୀଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ । ନିୟମିତ ରୂପରେ ଉକ୍ତ ହସ୍ପିଟାଲଗୁଡିକରେ ଚିକିତ୍ସା କରାଉଥିବା କର୍ମଚାରୀଙ୍କୁ ମେଡିକାଲ ସୁବିଧା ଉପଲବ୍ଧ କରାଇବା ପାଇଁ ଇଏସଆଇସି ଅନେକ ହସ୍ପିଟାଲମାନଙ୍କ ସହ ଚୁକ୍ତି କରିଛନ୍ତି । ଯାହା ଦ୍ୱାରା ସେହି ସବୁ ହସ୍ପିଟାଲରେ କର୍ମଚାରୀମାନେ ଏହାର ଲାଭ ଉଠାଇ ପାରିବେ ।
କମ୍ପାନୀମାନଙ୍କୁ ମିଳିବ ବଡ ଆସ୍ୱସ୍ଥି: କର୍ମଚାରୀ ରାଜ୍ୟ ବୀମା ନିଗମ କମ୍ପାନୀମାନଙ୍କୁ ଆରାମ ପ୍ରଦାନ କରିବା ସ୍ୱରୂପ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଜମା କରିବାକୁ ଥିବା ଅଂଶଦାନର ସମୟସୀମାକୁ ୧୫ ମେ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାରା ଦେଶରେ ଜାରି କରାଯାଇଥିବା ଲକ ଡାଉନ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି)ର ସୋସିଆଲ ସିକ୍ୱିରିଟି ସ୍କିମରେ ଫେବୃୟାରୀ ମାସରେ ୧୧.୫୬ ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଥିବା ବେଳେ ଏହାପୂର୍ବରୁ ଜାନୁୟାରୀରେ ଇଏସଆଇସିରେ ୧୨.୧୯ ଲକ୍ଷ ନୂଆ ସଦସ୍ୟ ଯୋଡି ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking