37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେନ୍ଦ୍ର ସରକାରଙ୍କ ଡିସେମ୍ବର ପାଇଁ କୋଭିଡ ଗାଇଡଲାଇନ ଜାରି

କେନ୍ଦ୍ର ସରକାରଙ୍କ ଡିସେମ୍ବର ପାଇଁ କୋଭିଡ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଡିସେମ୍ବର ମାସ ପାଇଁ ଆଜି ଗାଇଡଲାଇନ ଜାରି କରିଛି ଗୃହ ମନ୍ତ୍ରାଳୟ । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଗାଇଡଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି ।
କଣ୍ଟେନମେଣ୍ଟ ଜୋନରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ ।
ସ୍ୱାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣକୁ କେବଳ ଅନୁମତି ମିଳିବ ।
କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ ।
ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯିବ । ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ କର୍ଫ୍ୟୁ ଜାରି କରିପାରିବେ ।
କଣ୍ଟେନମେଣ୍ଟ ଜୋନ ବାହାରେ ଲକ ଡାଉନ ପାଇଁ ଅନୁମତି ନାହିଁ ।
ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ ।
୫୦ ଜଣ ଦର୍ଶକଙ୍କୁ ନେଇ ଚାଲି ପାରିବ ସିନେମା ହଲ ଓ ଥିଏଟର ।
କ୍ରୀଡାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ଅନୁମତି ମିଳିଛି ।
ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ମିଳିଛି ।
ସାମାଜିକ, କ୍ରୀଡା, ମନୋରଂଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ରହିଛି ।
ବନ୍ଦ ଥିବା ଘରେ ଧାର୍ଯ୍ୟ ସିଟର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ମିଳିବ ଅନୁମତି
ହଲ୍ ଭିତରେ ସର୍ବାଧିକ ୨ ଶହ ଲୋକଙ୍କୁ ବସିବାକୁ ଅନୁମତି ମିଳିବ ।
ପରିସ୍ଥିତି ଦେଖି ରାଜ୍ୟ ସରକାର ତାକୁ ୧୦୦କୁ ହ୍ରାସ କରିପାରିବେ ।
ଖୋଲା ଅଂଚଳରେ ସ୍ଥାନ ଦେଖି ଲୋକସଂଖ୍ୟା ସ୍ଥିର କରାଯିବ ।
ରାଜ୍ୟ ଭିତରେ ବା ରାଜ୍ୟ ବାହାରେ ଆତଯାତ ନେଇ କଟକଣା ନାହିଁ ।
କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକୁ ବାଦ୍ ଦେଲେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତି, ଗର୍ଭବତୀ, ଛୋଟ ଶିଶୁ ଏବଂ ୧୦ବର୍ଷରୁ କମ୍ ବୟସର ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ।
ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking