34.1 C
Bhubaneswar
Friday, March 29, 2024
Homeଅପରାଧଗୋବିନ୍ଦ ସହଯୋଗୀ ରାଧେ ଗିରଫ

ଗୋବିନ୍ଦ ସହଯୋଗୀ ରାଧେ ଗିରଫ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ । ରାଧେକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ରାଧେକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟକୁ ପୋଲିସ ନେଇଛି । ଅନ୍ୟପଟେ ଅଟକ ଥିବା ଅନ୍ୟ ୨ ଜଣଙ୍କୁ ରାଜସାକ୍ଷୀ କରିଛି ପୋଲିସ । ଜେସିବି ଡ୍ରାଇଭର ପୁଷ୍କର ଭୋଇ, ମୁନସୀ ଗୁପ୍ତେଶ୍ୱର ତାଣ୍ଡି ହେଉଛନ୍ତି  ରାଜସାକ୍ଷୀ ।

ସେହିଭଳି ବର୍ତମାନ , ହାଇକୋର୍ଟ ଯାଇଛି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ମାମଲାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯିବ ।
ଅନ୍ୟପଟେ ଏହି ହତ୍ୟା ଘଟଣାରେ ଘଟଣାସ୍ଥଳ ମହାଲିଙ୍ଗ ସ୍କୁଲ ଷ୍ଟାଡିୟମରେ ପୋଲିସ ତଲାସୀ ଜାରି ରଖିଛି । ମୃତଦେହ ପୋଡା ଯାଇଥିବା ସ୍ଥାନରେ ତଲାସୀ କରୁଛି ପୋଲିସ । ମମିତାଙ୍କ ମୋବାଇଲ ପାଇବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ମେଟାଲ ଡିଟେକ୍ଟର ଲଗାଇ ମମିତାଙ୍କ ମୋବାଇଲ ଖୋଜା ଜାରି ରହିଛି । ମମିତାଙ୍କ ମୋବାଇଲରୁ ଗୋବିନ୍ଦର କଳା କାରନାମା ମିଳିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking