31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୬ ବିଶ୍ୱବିଦ୍ୟାଳୟର କୁଳପତି

୬ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର: ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି ରାଜ୍ୟପାଳ । ତା ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ଅପରାଜିତା ଚୌଧୁରୀ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ସବିତା ଆଚାର୍ଯ୍ୟ । ସେହିଭଳି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ଦୀନବନ୍ଧୁ ସାହୁ ନିଯୁକ୍ତ ପାଇଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଭାବରେ ଏନ.ନାଗରାଜୁ ନିଯୁକ୍ତି ପାଇଛନ୍ତି । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି କିଶୋର ବାସା । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ହୋଇଛନ୍ତି ପ୍ରଫୁଲ୍ଲ ମହାନ୍ତି । ସେମାନଙ୍କୁ କୁଳପତି ଭାବରେ କୁଳାଧିପତି ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଅନ୍ୟପଟେ କର୍ମଯୋଗୀ ଭାବେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପତ୍ନୀଙ୍କ ପରଲୋକ ସତ୍ତ୍ୱେ ଚୟନ କାର୍ଯ୍ୟ ତୁଲାଇଛନ୍ତି ରାଜ୍ୟପାଳ । ଦିନ ତମାମ ଅଫିସରେ ବସି ଚୟନ କାର୍ଯ୍ୟ ସେ ତୁଲାଇଥିଲେ । କାଲି ରାତିରେ ରାଜ୍ୟପାଳଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା । ମ୍ରିୟମାଣ ସତ୍ତ୍ୱେ ରାଜ୍ୟପାଳ ନିଜ କର୍ତବ୍ୟ ଭୁଲିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking