27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ମାଗଣା ଖାଦ୍ୟ

ପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ଦ୍ୱିତୀୟ ଦିନରେ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଦ୍ୱିତୀୟ ଦିନରେ ଏହି ଘୋଷଣାଟି ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ ଏବଂ ରାସ୍ତା କଡ ଦୋକାନୀଙ୍କ ପ୍ରତି ପ୍ୟାକେଜ ଘୋଷଣା ହୋଇଛି । ୩ କୋଟି ଚାଷୀଙ୍କୁ ୪.୨ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯାଇଛି । କୃଷି ଋଣ ପରିଶୋଧ ଅବଧିକୁ ୩୧ ମେକୁ ବୃଦ୍ଧି କରାଯାଇଛି । ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟି ଋଣ ଦିଆଯିବ । ମାର୍ଚ୍ଚ ଓ ଏପ୍ରିଲରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି । ୬୩ ଲକ୍ଷ ଚାଷୀଙ୍କୁ ପ୍ରାୟ ୮୬,୬୦୦ କୋଟି ଋଣ ମିଳିଛି । ସହରାଂଚଳ, ଗରିବ, ପ୍ରବାସୀ ଶ୍ରମିକଙ୍କ ପାଇଁ ଏସଡିଆରଏଫ ଖର୍ଚ୍ଚ ହେବ । ଏସଡିଆରଏଫ ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ବୋଲି ସୀତାରମଣ କହିଛନ୍ତି । ସହରାଂଚଳ ଗୃହ ହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି । ଏହାଛଡା ସହରାଂଚଳ ଗୃହହୀନଙ୍କୁ ଦୈନିକ ୩ ଓଳି ଖାଇବାକୁ ଦିଆଯାଉଛି । ସହରାଂଚଳ ଗରିବଙ୍କ ପାଇଁ ୭୨୦୦ ନୂଆ ଏସଏଚଜି ସୃଷ୍ଟି କରାଯାଇଛି । ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଅଧିକ ମାନବ ଦିବସ କରାଯାଇଛି । ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇଛି । ଏହାଛଡା ଏହି ପ୍ୟାକେଜରେ ସମସ୍ତ ପ୍ରବାସୀଙ୍କୁ ଆଗାମୀ ୨ ମାସ ଯାଏଁ ମାଗଣା ଖାଦ୍ୟଶସ୍ୟ ଦିଆଯିବ । ଫଳରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ମିଳିପାରିବ । ତେବେ ୨ ମାସ ମାଗଣା ଖାଦ୍ୟ ପାଇଁ ପ୍ରାୟ ୩୫ ଶହ କୋଟି ଖର୍ଚ୍ଚ ହେବ । ଦୁଇ ମାସ ଯାଏଁ ମାସିକ ମୁଣ୍ଡ ପିଛା୫ କେଜି ଚାଉଳ କିମ୍ବା ଗହମ ମିଳିବ । ପରିବାର ପିଛା ମାସିକ ୧ କେଜି ଡାଲି ମଧ୍ୟ ମାଗଣାରେ ଦିଆଯିବ । ଖାଦ୍ୟ ଶସ୍ୟ ପ୍ରଦାନ କରାଯିବାକୁ ରାଜ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି । ଖୁବ ଶୀଘ୍ର ଏକ ଦେଶ ଏକ ରାସନ କାର୍ଡ ଲାଗୁ ହେବାକୁ ଯାଉଛି । ଦେଶର ଯେ କୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ । ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ମଧ୍ୟ ଆରମ୍ଭ ହେବ ଘରଭଡା ଯୋଜନା । ସୁଲଭ ଦରରେ ଭଡା ଘର ଯୋଗାଣ ନେଇ ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡା ଘର ମିଳିବ । ୧୫ ହଜାରରୁ କମ୍ ଋଣ ଥିବା ଲୋକଙ୍କୁ ୨ ପ୍ରତିଶତ ସୁଧ ଛାଡ କରାଯିବ । ମୁଦ୍ରା ଶିଶୁ ଯୋଜନା ଅଧିନରେ ଥିବା ଋଣଗ୍ରହୀତାଙ୍କୁ ସୁବିଧା ମିଳିବ । ୩ କୋଟି ଋଣ ଗ୍ରହୀତାଙ୍କୁ ୧୫ ଶହ କୋଟିର ରିହାତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking