43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶମୋଦୀଙ୍କୁ ମମତାଙ୍କ ଚିଠି, ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

ମୋଦୀଙ୍କୁ ମମତାଙ୍କ ଚିଠି, ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

କଲକାତା : କେନ୍ଦ୍ର ସରକାରଙ୍କ ସହିତ ପଶ୍ଚିମବଙ୍ଗ ସରକାରଙ୍କ ବିପାଦ ଅନେକ ସମୟରୁ ଦେଖିବାକୁ ମିଳିଆସୁଛି। ନାନା କାରଣକୁ ନେଇ ବିବାଦ ଚାଲିଆସୁଥିବାବେଳେ ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ବଦଳି କରି କେନ୍ଦ୍ରକୁ ଡକାଯିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ମମତା ଏହି ସଙ୍କଟ ସମୟର ନିଜର ମୁଖ୍ୟ ସଚିବଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ବୋଲି ସିଧା ସିଧା କହିଛନ୍ତି।

ସେ ଆହୁରି ଚିଠିରେ ଲେଖିଛନ୍ତି ଯେ, କିଛି ସପ୍ତାହ ପୂର୍ବେ କେନ୍ଦ୍ର ସରକାର ରାଜ୍ୟର ଅନୁରୋଧକୁ ସ୍ବୀକାର କରିଥିଲେ ଏବଂ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ, କିନ୍ତୁ ଏବେ ଆଭିମୁଖ୍ୟ ବଦଳାଯାଇଛି। ଏହାବ୍ୟତୀତ ମମତା ଚିଠିରେ ପୁଣି ଥରେ ବାତ୍ୟା ୟାସକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବୈଠକ କଥା ଉଲ୍ଲେଖ କରିଛନ୍ତି, ଯେଉଁ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ବାତ୍ୟା ‘ୟାସ୍‌’ ପ୍ରଭାବ ସମୀକ୍ଷା କରିବା ଲାଗି ଗତ ଶୁକ୍ରବାର ଦିନ ପ୍ରଧାମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକାଳୀନ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍‌ ପରେ ଉଠିଚାଲି ଯିବା ପରେ ପରିସ୍ଥିତି ବିବାଦୀୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking