40.1 C
Bhubaneswar
Thursday, April 25, 2024
HomeUncategorizedଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ନୟାଗଡ: ଦୀପାବଳିର ପରଦିନ କାର୍ତିକ ଶୁକ୍ଳ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଏ । ଶ୍ରୀ କୃଷ୍ଣ ଇନ୍ଦ୍ର ଦେବଙ୍କ କ୍ରୋଧରୁ ଗୋକୁଳବାସିଙ୍କୁ ରକ୍ଷା କରିବା ପାଇଁ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇ ନେଇଥିଲେ । ସେବେଠୁ ଏହି ପର୍ବର ପାଳନ ପରମ୍ପରା ରହି ଆସିଛି । ଏହି ପର୍ବ ପାଳନ ଚିତ୍ର ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ଗ୍ରାମପଂଚାୟତର ଶିଆଳ ଖାଲ ପାହାଡ଼ ଅନୁକୋଣରେ । ଇସକନ ମଠ ଭୁବନେଶ୍ୱର ଦ୍ୱାରା ଅନୁମୋଦିତ ଶ୍ରୀ ନିତ୍ୟାନନ୍ଦ ନାମହଟ ସଙ୍ଘ ମିଳିତ ଆନୁକୂଲ୍ୟରେ ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତର ଶିଆଳ ଖାଲ ଠାରେ ବୈଷ୍ଣବ ରୀତିର ବୈଦିକ ଧାରାରେ ଗୋବର୍ଦ୍ଧନ ମହାରାଜଙ୍କ ଅଭିଷେକ ସହ କୋଭିଡ ନିୟମ ପାଳନ କରି ମହାସମାରୋହରେ ଗିରି ଗୋବର୍ଦ୍ଧନ ପୂଜା ନିରାଡ଼ମ୍ବରରେ ପାଳିତ ହୋଇଛି। ଖୋଳ କୀର୍ତନ କରି ହରେ କୃଷ୍ଣ ହରେ କୃଷ୍ଣ ଧ୍ୱନି ରେ ପବିତ୍ର ସ୍ଥାନ କମ୍ପୁ ଥିଲା ବେଳେ ଭକ୍ତ ଶ୍ରଦ୍ଧାର ସହ ନାମ ଜପ କରି ବେଶ ମଜ୍ଜି ଯାଇଥିଲେ । ପାରମ୍ପରିକ ନୀତି ଅନୁଯାଇ ଅଭିଷେକ ସହ ଗିରି ପରିକ୍ରମା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ହିନ୍ଦୁ ଧର୍ମରେ ଗୋବର୍ଧନ ପର୍ବତର ପରିକ୍ରମା ର ବଡ଼ ମହତ୍ୱ ରହିଛି । କଥାରେ ଅଛି କୌଣସି ବ୍ୟକ୍ତି 4ଧାମ ଯାତ୍ରା କରିପାରୁନି । ତେବେ ଗୋବର୍ଧନ ପର୍ବତ ପରିକ୍ରମା କରିବା ଉଚିତ। ଏହା କଲେ ମନ ଇଛା ଫଳ ପ୍ରାପ୍ତ ହୁଏ । ଉକ୍ତ ଧର୍ମ ସଭାକୁ ଆନୁଷ୍ଠାନିକ ଭାବେ ପାଳନ କରୁଥିବାବେଳେ ଉପସଭାପତି ଦିଲୀପ କୁମାର ସାହୁ, ସମ୍ପାଦକ ଶ୍ରୀ ପlଦ ଚକ୍ରଧର ଦାସ, ଶ୍ରୀ ପାଦ ତରୁଣଗୋବିନ୍ଦ ଦାସ, ଅତୁଲ୍ୟ କୃଷ୍ଣ ଦାସ, ରେବତିରମଣ ଦାସ, ପରମହଂସ ଦାସ, ରଙ୍କନିଧି ସେନାପତି, ସୁନନ୍ଦ ଦାସ, ମିନାକ୍ଷୀ ମାତାଜୀ, ଇନ୍ଦ୍ରାଣୀ ଦେବି ଦାସ, ଭାଗିରଥି ମହାନ୍ତି, ଗିରିଧାରୀ ପରିଡା, ପୂର୍ଣ୍ଣ ଚନ୍ଦ୍ର ନାୟକ, ଗୋପୀନାଥ ପୃଷ୍ଟି, ଓ ବନମାଳୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking