32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଗୋତ୍‌ମାର ପର୍ବ : ଟେକାପଥର ମାଡ଼ରେ ୪୦୦ରୁ ଊର୍ଦ୍ଧ୍ୱ ଆହତ

ଗୋତ୍‌ମାର ପର୍ବ : ଟେକାପଥର ମାଡ଼ରେ ୪୦୦ରୁ ଊର୍ଦ୍ଧ୍ୱ ଆହତ

ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଗୋତ୍‌ମାର ପର୍ବ ପାଳନ ଅବସରରେ ଆୟୋଜିତ ପାରମ୍ପରିକ ପଥରମାଡ ଯୋଗୁଁ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜାମ୍ ନଦୀର ଉଭୟପାଶ୍ୱର୍ରେ ସୱାରଗାଓଁ ଓ ପାନ୍ଧୁର୍ଣ୍ଣ ଗ୍ରାମ ଅବସ୍ଥିତ । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଏହି ପର୍ବ ଉପଲକ୍ଷେ ଜାମ୍ ନଦୀ ମଝିରେ ଏକ ପତାକା ପୋତାଯାଇଥାଏ । ଯେଉଁ ଗ୍ରାମବାସୀ ଏହି ପତାକାକୁ ନେଇଯିବେ, ସେମାନେ ବିଜୟୀ ଘୋଷିତ ହୋଇଥାନ୍ତି । ତେଣୁ ନଦୀର ଦୁଇପାଶ୍ୱର୍ରେ ଉପସ୍ଥିତ ଲୋକେ ବିପକ୍ଷ ଲୋକଙ୍କୁ ଟେକାପଥର ଫୋପାଡିଥାନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ପଥରମାଡ ଭୟରେ କୌଣସିପକ୍ଷ ନଦୀରେ ପ୍ରବେଶ କରି ପତାକା ଖୋଲିବାକୁ ସାହସ କରିବେ ନାହିଁ । ତଥାପି ବିଜେତା ହେବା ଲକ୍ଷ୍ୟରେ ଲୋକେ ପଥର ଆକ୍ରମଣକୁ ଭ୍ରୁକ୍ଷେପ ନକରି ନଦୀରେ ପ୍ରବେଶ କରି ପତାକାକୁ ନେଇଆସିଥାନ୍ତି । ଏହି ପର୍ବ ଆୟୋଜନ ନିମନ୍ତେ ୧୦୦୦ ପୁଲିସ ଓ ୩୫ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା । ଶତାଧିକ ଲୋକ ଆହତ ହେଉଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ କେବେହେଲେ ଗଣ୍ଡଗୋଳ ଘଟିନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking