40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗୋତବାୟାଙ୍କ ସିଙ୍ଗାପୁର ରହଣି ୧୪ ଦିନ ବଢ଼ିଲା

ଗୋତବାୟାଙ୍କ ସିଙ୍ଗାପୁର ରହଣି ୧୪ ଦିନ ବଢ଼ିଲା

କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଦେଶ ଛାଡିବା ଦିନଠାରୁ ସିଙ୍ଗାପୁରରେ ଅବସ୍ଥାନ କରୁଛନ୍ତି । ପୂର୍ବରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ସେଠାରେ ରହିବାକୁ ସିଙ୍ଗାପୁର ସରକାର ଗୋତବାୟାଙ୍କୁ ଅନୁମତି ଦେଇଥିଲେ । ସେହିଦିନ ପର୍ଯ୍ୟନ୍ତ ଗୋତବାୟାଙ୍କର ଭିସା ମିଆଦ ବୈଧ ରହିଛି । ତେବେ ୧୧ ତାରିଖ ପରେ ଗୋତବାୟାଙ୍କୁ ଆଉ ୧୪ ଦିନ ରହଣି ଅନୁମତି ଦେବାକୁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଯେଉଁ ଅନୁରୋଧ କରାଯାଇଥିଲା, ତାହାକୁ ସିଙ୍ଗାପୁର ସରକାର ଗ୍ରହଣ କରିଥିବା ଜଣାପଡିଛି । ଜୁଲାଇ ୧୪ରୁ ଶ୍ରୀଲଙ୍କା ଛାଡିବାପରେ ସିଙ୍ଗାପୁର ସରକାର ତିନିଥର ଗୋତବାୟାଙ୍କ ରହଣି ଅବଧିକୁ ବୃଦ୍ଧି କରିସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking