40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସିଙ୍ଗାପୁରରୁ ଥାଇଲାଣ୍ଡ ଗଲେ ଗୋତବାୟା

ସିଙ୍ଗାପୁରରୁ ଥାଇଲାଣ୍ଡ ଗଲେ ଗୋତବାୟା

ସିଙ୍ଗାପୁର : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷା ଗୁରୁବାର ଅଳ୍ପକାଳୀନ ଯାତ୍ରା ପାସ୍ ସମାପ୍ତ ହେବାପରେ ସିଙ୍ଗାପୁରରୁ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ରାଜପାକ୍ଷାଙ୍କ ଥାଇଲାଣ୍ଡ ଯାତ୍ରା ପାଇଁ ଶ୍ରୀଲଙ୍କାର ବର୍ତ୍ତମାନ ସରକାର ଅନୁରୋଧ କରିଥିଲେ ବୋଲି ବୁଧବାର ଥାଇଲାଣ୍ଡ ସରକାର ସ୍ପଷ୍ଟ କରିବା ପରେ ରାଜପାକ୍ଷା ଆଜି ସିଙ୍ଗାପୁରରୁ ବ୍ୟାଙ୍କକ୍ ଅଭିମୁଖେ ଫ୍ଲାଇଟ୍ ଧରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍‌-ଓ-ଚା ବୁଧବାର କହିଥିଲେ, ରାଜପାକ୍ଷାଙ୍କୁ ଦେଶରେ ଅସ୍ଥାୟୀ ଭାବେ ରହିବାକୁ ଥାଇଲାଣ୍ଡ ସରକାର ସହମତ ହୋଇଛନ୍ତି ଏବଂ ଏହା ମଧ୍ୟରେ ସେ କୌଣସି ତୃତୀୟ ଦେଶରେ ସ୍ଥାୟୀ ଶରଣ ନେବାର ସମ୍ଭାବନା ତଲାସିବେ । ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ମାନବିକତା ଆଧାରରେ ୭୩ ବର୍ଷୀୟ ରାଜପାକ୍ଷାଙ୍କୁ ଥାଇଲାଣ୍ଡ ଯାତ୍ରା ପାଇଁ ଅନୁମତି ଦିଆଯାଇଛି ଏବଂ ଏହି ରହଣି ସମୟରେ ସେ କୌଣସି ରାଜନୈତିକ ଗତିବିଧିରେ ଲିପ୍ତ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking