30.1 C
Bhubaneswar
Wednesday, April 24, 2024
Homeଓଡିଶା୫୦ ବିଧବାଙ୍କୁ ଛେଳି ବଣ୍ଟନ

୫୦ ବିଧବାଙ୍କୁ ଛେଳି ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମ ପଞ୍ଚାୟତରେ ୫୦ ଜଣ ଗରିବ ବିଧବା ମହିଳାଙ୍କୁ ସେମାନଙ୍କର ଜୀବନ ଜୀବିକା ସହାୟତା ପାଇଁ ରାଜ୍ୟ ରେଡକ୍ରସ ତରଫରୁ ଛେଳି ବଣ୍ଟନ କରାଯାଇଛି । ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ଆପାତକାଳୀନ ଅଧିକାରୀ ତଥା ରେଡକ୍ରସ ସେକ୍ରେଟାରୀ ପ୍ରଦ୍ୟୁମ୍ନ ମଣ୍ଡଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଛେଳି ପ୍ରଦାନ କରିଥିଲେ । ରେଡକ୍ରସ ତରଫରୁ ପ୍ରଦାନ କରାଯାଇଥିବା ଛେଳିମାନଙ୍କର ଯତ୍ନ ନେବାର ଆବଶ୍ୟକତା ଉପରେ ପରାମର୍ଶ ଦିଆଯାଇଥିଲା । ଅନ୍ୟତମ ଅତିଥି ଭାବରେ ଦାରିଙ୍ଗବାଡି ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଚିନ୍ମୟ ସାହୁ ଏବଂ ଡା.ଶ୍ରୀପତି ଦାସ ଛେଳିମାନଙ୍କର ପ୍ରତିଷେଧକ ଟୀକା ପ୍ରଦାନ କରିବା ଠାରୁ ଆରମ୍ଭ କରି ସେମାନଙ୍କୁ କିପରି ସୁସ୍ଥ ରଖାଯାଇ ପାରିବ ସେ ସମ୍ପର୍କରେ କହିଥିଲେ । ଏହି ଛେଳି ଜରିଆରେ କିପରି ଅଧିକ ଟଙ୍କା ଉପାର୍ଜନ କରିପାରିବେ ସେହି ବିଷୟରେ ହିତାଧିକାରୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ରେଡକ୍ରସର ଇରସାଦ ହୁସେନ୍‌, ଜାତୀୟ ପ୍ରକଳ୍ପ ସଂଯୋଜିକା ସୁମନ ସକ୍ସେନା, ରାଜ୍ୟ ରେଡକ୍ରସର ସଂଯୋଜିକା ସୁକ୍ତା ପ୍ରିୟଦର୍ଶିନୀ ବାରିକ, ପ୍ରକଳ୍ପ ଅଧିକାରୀ ଲୀଳାପୁଣ୍ୟ ତୀର୍ଥ ସ୍ୱାଇଁ ଏବଂ ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିଲେ । ରେଡକ୍ରସର ସ୍ୱେଚ୍ଛାସେବୀ ଅଞ୍ଜନ କୁମାର ନାୟକଙ୍କ ସମେତ ଅନ୍ୟମାନେ ସହାୟତା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking