ଭୁବନେଶ୍ୱର: ବର୍ଜନ ହେଲା ସର୍ବଦଳୀୟ ବୈଠକ । କଡା ସମାଲୋଚନା କଲେ ବିରୋଧିଦଳ ନେତା ମୋହନ ମାଝୀ ।ଇଏ ହେଉଛି କାଗଜକଲମ ଡିଜି । ନବଦାସର ହତ୍ୟା ଗୋପାଳର ସୁରକ୍ଷା ମ।।ମଲା । ଗୋପାଳର ସୁରକ୍ଷା ପାଇଁ ହାଇକୋର୍ଟରେ ମାମଲା କଲେ ଆଇନଜୀବୀ । ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା ପାଇଁ ଆବେଦନ । ଏହା ସହିତ ଗୋପାଳର ପରିବାରକୁ ମଧ୍ୟ ସୁରକ୍ଷା ଦିଆଯାଉ ବୋଲି ଆବେଦନ କରାଯାଇଛି । ପୁଣିଥରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରାଯାଉ ।ଏହା ସହିତ ମାନସିକ ସ୍ଥିତି ଯାଞ୍ଚ ହେବ ବୋଲି ଅନୁମତି ଦେଲେ ଝାରସୁଗୁଡା ଜେଏମ୍ଏଫସି । ନିମହାନ୍ସ ପରିବର୍ତ୍ତେ ଚୌଦ୍ୱାର ଜେଲରେ ଯାଞ୍ଚ ପାଇଁ ଅନୁମତି ମଗାଯାଇଛି । ପ୍ରାୟୋଜିତ କାର୍ଯ୍ୟକ୍ରମ ହେଇଥିବାରୁ ୨୩ଦିନ ପରେ ବି କ୍ରାଇମବ୍ରାଞ୍ଚ ଚୁପ । ଖାଲି ବାକି ରହିଲା ଗୋପଳକୁ ନିର୍ଦ୍ଧୋଶରେ ଖଲାସ କରିବା । କୋର୍ଟରେ ଆଦେଶରେ ତର୍ଜମା କରୁଛି କ୍ରାଇମ ବ୍ରାଞ୍ଚ ।