39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ମନା କଲେ ଗୋପାଳ ଗାନ୍ଧି

ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ମନା କଲେ ଗୋପାଳ ଗାନ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ମନା କଲେ ଗୋପାଳ ଗାନ୍ଧି । ମିଳିତ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ ମନା କଲେ । ପୂର୍ବରୁ ଫାରୁକ ଅବଦୁଲ୍ଲା ଓ ଶରଦ ପାବ୍ୱାର ମଧ୍ୟ ମନା କରିଥିଲେ । ସେ ଏକ ବୟାନ ଜାରି କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ତାଙ୍କ ନାଁକୁ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବାରୁ ଧନ୍ୟବାଦ ଜଣାଉଛି। ଏହାସହ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରି ଏଥିପାଇଁ ଅନ୍ୟ କାହା ନାଁ ଉପରେ ବିଚାର କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ। ଗତ ସପ୍ତାହରେ ମମତା ବାନାର୍ଜୀ ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ସହ ୧୭ ଦଳର ନେତା ସାମିଲ ହୋଇଥିଲେ।

କାନାଡା ଭିସା ଅପେକ୍ଷାରେ ୭ ଲକ୍ଷ ଭାରତୀୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking