40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତରେ ଗୁଗୁଲ ନିବେଶ କରିବ ୭୫ ହଜାର କୋଟି

ଭାରତରେ ଗୁଗୁଲ ନିବେଶ କରିବ ୭୫ ହଜାର କୋଟି

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଗୁଗୁଲ ଭାରତରେ ୧୦ ବିଲିୟନ ଡଲାର ଅର୍ଥାତ ୭୫ ହଜାର କୋଟି ଟଙ୍କାର ନିବେଶ କରିବ ବୋଲି ସୋମବାର ଘୋଷଣା କରିଛି । ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଜି ଗୁଗୁଲ ଫର୍ ଇଣ୍ଡିଆ ଡିଜିଟାଇଜେସନ ଫଣ୍ଡକୁ ତ୍ୱରାନିତ କରି ଏହି ଘୋଷଣା କରିଛନ୍ତି । ଗୁଗୁଲ ଫର୍ ଇଣ୍ଡିଆ ଇଭେଣ୍ଟ ରେ ଇନଭେଷ୍ଟମେଣ୍ଟ, ପାର୍ଟନରସିପ୍ ଓ ଅପରେସନାଲ୍‌, ଇନଫ୍ରାଷ୍ଟ୍ରକ୍‌‌ଚର ଓ ଇକୋସିଷ୍ଟମ ଇନଭେଷ୍ଟମେଣ୍ଟକୁ ମିଶାଇ ଏହି ନିବେଶ କରାଯିବ ବୋଲି ସେ କହିଛନ୍ତି । ଏହାର ପ୍ରଥମ ଦିନର ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଭର୍ଚୁଆଲ ମିଟିଂ ମଧ୍ୟ ହୋଇଥିଲା । ଏହି ମିଟିଂରେ ପିଏମ ମୋଦୀ ଭାରତର କୃଷକଙ୍କଠାରୁ ଆରମ୍ଭ କରି ତଥ୍ୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ନିର୍ମାଣ କରିବାର ସ୍ୱପ୍ନ ମଧ୍ୟ କିଛିମାତ୍ରାରେ ସାକାର ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking