30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Mitron ଆପ୍‌, ଆପଣ ବି ତୁରନ୍ତ କରନ୍ତୁ ଅନଇନଷ୍ଟଲ

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Mitron ଆପ୍‌, ଆପଣ ବି ତୁରନ୍ତ କରନ୍ତୁ ଅନଇନଷ୍ଟଲ

ନୂଆଦିଲ୍ଲୀ: ଚୀନର ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକଟକକୁ ଟକ୍କର ଦେବା ପାଇଁ କିଛିଦିନ ପୂର୍ବରୁ ଲଞ୍ଚ୍ ହୋଇଥିବା ମିତ୍ରୋଁ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ଏହି ଆପଟିକୁ ବର୍ତମାନ ୫୦ ଲକ୍ଷ ଲୋକ ଡାଉନଲୋଡ କରିସାରିଛନ୍ତି । ଆଉ ଏହାରି ଭିତରେ ଗୁଗୁଲର ଏମିତି ନିଷ୍ପତ୍ତି ବାସ୍ତବରେ ଆଶ୍ଚର୍ଯ୍ୟଜନକ । ତେବେ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ଏହାକୁ ହଟେଇବାର କାରଣ ମଧ୍ୟ କହିଛି । ଏଥିିରେ ସୁରକ୍ଷା ଜନିତ ଅନେକ ତ୍ରୁଟି ରହିଥିବାରୁ ଗୁଗୁଲ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଥିବା କହିଛି । ହେଲେ ଏହାକୁ ନେଇ ଗୁଗୁଲ କିମ୍ବା ମିତ୍ରୋଁ ଆପର ଡେଭଲପର୍ସ କୌଣସି ପ୍ରକାର ବୟାନ ଜାରି କରିନାହାନ୍ତି । ଆପଟିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯିବା କାରଣରୁ, ଯେଉଁମାନେ ଏହାକୁ ନିଜ ଫୋନରେ ଇନଷ୍ଟଲ କରିଛନ୍ତି ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ସେଥିପାଇଁ ଏହାକୁ ଆପଣ ନିଜ ଫୋନରୁ ଅନଇନଷ୍ଟଲ କରିବାକୁ ପଡିବ ।
https://onakhabar.com/2020/06/03/odisha-bjp-leader-jagannath-pradhan-backed-to-party/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking