31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୁରୁଣା ଗାଡି ସ୍କ୍ରାପ କରି ନୂଆ ଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି

ପୁରୁଣା ଗାଡି ସ୍କ୍ରାପ କରି ନୂଆ ଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ : ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର ଅଛି, ଯେଉଁମାନେ ସେମାନଙ୍କର ପୁରୁଣା ଯାନକୁ ରଦୀ ଭାବି ଫୋପାଡିବାକୁ ଚାହୁଁଛନ୍ତି ଏବଂ ଯାନ ସ୍କ୍ରାପିଂ ପଲିସି ଅନୁଯାୟୀ ଏକ ନୂତନ କିଣିବାକୁ ଯାଉଛନ୍ତି, କାରଣ ଅଟୋ ନିର୍ମାତାମାନେ ନୂତନ କ୍ରୟ ଉପରେ ପ୍ରାୟ per ୦ ପ୍ରତିଶତ ରିହାତି ଦେବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ୨୦୨୧-୨୨ ପାଇଁ ୟୁନିୟନ ବଜେଟରେ ଘୋଷିତ ସ୍ବେଚ୍ଛାକୃତ ଯାନ ସ୍କ୍ରାପିଂ ନୀତି ବ୍ୟକ୍ତିଗତ ଯାନ ପାଇଁ ୨୦ ବର୍ଷ ପରେ ଫିଟନେସ୍ ପରୀକ୍ଷା ପାଇଁ ପ୍ରଦାନ କରୁଥିବାବେଳେ ବ୍ୟବସାୟିକ ଯାନଗୁଡିକ 15 ବର୍ଷ ସମାପ୍ତ ହେବା ପରେ ଆବଶ୍ୟକ କରିବ ।

କିଛିଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୁଣା ଓ ଅଯୋଗ୍ୟ ଗାଡିକୁ ସ୍କ୍ରାପିଂ କରାଇବା ନେଇ ଏକ ପଲିସି ଘୋଷଣା କରିଥିଲେ । ଲୋକମାନେ ଏହି ନିୟମକୁ ଅପେକ୍ଷା କରିଥିବା ବେଳେ ଏବେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏକ ନୂଆ ଘୋଷଣା କରିଛନ୍ତି । ଗଡକରୀଙ୍କ ଘୋଷଣା ମୁତାବକ ସ୍କ୍ରାପିଂ ନୀତି ଅପଣାଉଥିବା ଲୋକ ନୂଆଗାଡି କିଣିଲେ ତାଙ୍କୁ ୫ ପ୍ରତିଶତ ରିହାତି ମିଳିବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଥିଲା କି ସ୍କ୍ରାପିଂ ପାଇଁ ଘରୋଇ ଯାନ ୨୦ ବର୍ଷ ଓ ବ୍ୟବସାୟିକ ଯାନର ସମୟ ସୀମା ୧୫ ବର୍ଷ ରହିଛି । ଏହାସହ ନିତୀନ ଗଡକରୀ କହିଛନ୍ତି କି ଏହି ନୀତି ୪ ଭାଗରେ ବିଭକ୍ତ କରାଯାଇଛି । ପ୍ରଦୁର୍ଷଣ କରୁଥିବା ଗାଡି ମାନଙ୍କ ଉପରେ ଗ୍ରୀନ ଟ୍ୟାକ୍ସ ଓ ଅନ୍ୟ ଟ୍ୟାକ୍ସର ପ୍ରାବଧାନ ରହିଛି । ଏହାସହ ଏହି ଗାଡିଗୁଡିକ ରାସ୍ତାରେ ଚାଲିବାକୁହେଲେ ଫିଟନେସ୍ ଓ ପ୍ରଦୁର୍ଷଣ ପରୀକ୍ଷଣର ଆବଶ୍ୟକତା ରହିଛି  ।

ଏନେଇ ଦେଶରେ ସ୍ୱଚାଳିତ ଫିଟନେସ୍ କେନ୍ଦ୍ରର ଆବଶ୍ୟକତା ରହିଛି ଓ ଏନେଇ ସରକାର କାମ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି । ଗଡକରୀଙ୍କ ସୂଚନା ମୁତାବକ ଏହି ସ୍ୱଚାଳିତ ଫିଟନେସ୍ ପରୀକ୍ଷଣ କେନ୍ଦ୍ର ସରକାର ଓ ଘରୋଇ କମ୍ପାନୀର ସହଭାଗିତାରେ ନିର୍ମାଣ କରାଯିବ    । ଯେଉଁ ଗାଡିଗୁଡିକ ସ୍ୱଚାଳିତ ଫିଟନେସ୍ ପରୀକ୍ଷାରେ ଫେଲ୍ ହେବେ ସେହି ଗାଡି ଗୁଡିକୁ ରାସ୍ତାରେ ଚଲାଇଲେ ମାଲିକ ମାନଙ୍କୁ ଫାଇନ୍ ଦେବାକୁ ପଡିବ । ଏନେଇ ସେ କହିଛନ୍ତି କି ଏହି ଆଇନ ଲାଗୁ ହେବା ପରେ ଦେଶରେ ଅନେକ ଗାଡି କବାଡିଖାନାକୁ ଚାଲିଯିବ । ଫଳରେ ବାହାନ ନିର୍ମାଣ କମ୍ପାନୀ ମାନଙ୍କୁ ଅଧିକ ବାହାନ ନିର୍ମାଣ କରିବାକୁ ପଡିବ ଓ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking