28.1 C
Bhubaneswar
Wednesday, April 24, 2024
Homeଓଡିଶାସୁନା ଦୋକାନୀଙ୍କୁ ୨୨ ଲକ୍ଷ ଜରିମାନା

ସୁନା ଦୋକାନୀଙ୍କୁ ୨୨ ଲକ୍ଷ ଜରିମାନା

ଭୁବନେଶ୍ୱର: ସୁନା ଦୋକାନୀଙ୍କୁ ୨୨ ଲକ୍ଷ ୪୨ ହଜାର ଜରିମାନା ହୋଇଛି । ଜିଏସଟି ଏନଫୋର୍ସମେଣ୍ଟୟ ସ୍କ୍ୱାର୍ଡ ଜରିମାନା କରିଛନ୍ତି । ସୁନା କିଣାବିକାରେ ହେରଫେର ପାଇଁ ଜରିମାନା କରାଯାଇଥିବା ସୂଚନା ମିଳିଛି ।

ସୁନା କିଣା ବିକାରେ ବ୍ୟାପକ ଅର୍ଥନୈତିକ ଦୁର୍ନୀତି ଚାଲିଥିବା ବେଳେ ଦୋକାନୀଙ୍କ ଉପରେ ଜିଏସଟିର ଛାଟ ବାଜିଛି । ଏଣିକି ପ୍ରତ୍ୟେକ ବ୍ୟବସାୟୀ ଜିଏସଟି ଦାଖଲ କରିବା ସହ କିଣାବିକାର ଉପଯୁକ୍ତ ତଥ୍ୟ ଦେବାକୁ ପଡ଼ିବ । ନଚେତ ଆଗାମୀ ଦିନରେ ବ୍ୟବସାୟୀଙ୍କ ଉପରେ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଜିଏସଟି ବିଭାଗର ସୂଚନା ଅନୁଯାୟୀ ଆଜି ଜିଏସଟି ଠକେଇ ଅଭିଯୋଗରେି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ରେଡ଼୍ କରିଛି ସିଟି ଓ ଜିଏସଟି ବିଭାଗ । ତେବେ ପ୍ରଥମ ଦିନରେ ରାଜ୍ୟର ୧୨ଟି ସହରର ୧୭ଟି ସୁନା ଗହଣା ଦୋକାନରେ ଆଜି ଏକକାଳୀନ ରେଡ କରାଯାଇଛି ।

ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା ସହ ବିଶେଷ କରି ଗ୍ରାହକଙ୍କ ସୁନା ବିକ୍ରି କରୁଥିବା ସମୟରେ ଇନଭଏସ ନଦେଇ ଏଷ୍ଟିମେଟ ବିଲରେ କାରବାର କରୁଥିଲେ । ଏଥି ସହିତ ବିନା ଜିଏସଟି ବିଲରେ ଏହି କାରବାର ଚଳାଇବା ସହ ନିଜ ସୁବିଧା ଅନୁଯାୟୀ ଏକ ଜିଏସଟି ବିଲ ପ୍ରସ୍ତୁତ କରି ଏହାକୁ ସୋ କରାଉଥିଲେ । ପୁନଶ୍ଚ କିଛି ଦୋକାନୀ ଗ୍ରାହକମାନଙ୍କ ଠାରୁ ଜିଏସଟି ସଂଗ୍ରହ କରୁଥିଲେ ମଧ୍ୟ ତାହା ସରକାରଙ୍କୁ ପଇଠ କରୁନଥିବା ଭଳି ଅଭିଯୋଗ ଜିଏସଟି ପାଖରେ ପହଞ୍ôଚଥିଲା । ତେବେ ଲୋକେ ବିଶେଷ କରି ଟିକସ ନଦେବା ପାଇଁ ଦୋକାନୀମାନେ ଗ୍ରାହକମାନଙ୍କୁ ପବର୍ତ୍ତାଇବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆସିଥିଲା ।

ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ହାନୀ ହେଉଥିବାରୁ ଏଥିରେ ଲଗାମ ଲଗାଇବା ପାଇଁ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ପୂର୍ବ ଯୋଜନା ଅନୁଯାୟୀ ସୁନା କାରବାରରେ ହେଉଥିବା ଏହି ଜିଏସଟି ଠକେଇର ପର୍ଦ୍ଧାଫାସ କରିବା ପାଇଁ ୧୨୦ଜଣ କର୍ମଚାରୀଙ୍କୁ ନେଇ ୨୧ଟି ଟିମ ଆଜି ସକାଳୁ ଏହି ଅତର୍କିତ ଚଢାଉ କରିଥିଲା । ରାଜ୍ୟର କଟକ ସହରରେ ୨ଟି ଦୋକାନରେ ଏହି ଚଢ଼ାଉ କରାଯାଇଥିବାବେଳେ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ପଟ୍ଟାମୁଣ୍ଡାଇ, ବରଗଡ଼, ସୋନପୁର, ରାୟଗଡ଼ା, ଜୟପୁର, ବାରିପଦା, ଯାଜପୁର(ହରିପୁର), ବ୍ରହ୍ମପୁର ଅଞ୍ଚଳରେ ଏହି ଚଢ଼ାଉ କରାଯାଇଛି ।

ଏହି ଚଢ଼ାଉରେ ସୁନା ଦୋକାନ ଗୁଡିକର ଷ୍ଟକ ଓ ଟିକସ ସଂଗ୍ରହ ସମ୍ପର୍କିତ କାଗଜପତ୍ର ଭଳି ଅନେକ ଦସ୍ତାବିଜକୁ ଜିଏସଟି ଯାଞ୍ଚ କରିଛି । ତେବେ ଏହି ଚଢ଼ାଉ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ସମସ୍ତ ତଥ୍ୟ ରାଜ୍ୟ ଜିଏସଟି କାର୍ଯ୍ୟାଳୟରେ ପହଞ୍ôଚ ପାରିନାହିଁ । ଏହି ପ୍ରକ୍ରିୟା ଦୁଇ ତିନି ଦିନ ଧରି ଚାଲିବ ଏବଂ କେଉଁ ବ୍ୟବସାୟୀ କେତେ ପରିମାଣର ଟିକସ ଫାଙ୍କିଛନ୍ତି ତାହା ତଦନ୍ତ କରାଯାଇ ମାମଲା ରୁଜୁ ହେବ ବୋଲି ଜିଏସଟି ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking