28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଶସ୍ତା ହେଲା ସୁନା

ଶସ୍ତା ହେଲା ସୁନା

ନୂଆଦିଲ୍ଲୀ : ଦେଶରେ ମାଡ଼ି ଚାଲିଛି ମହାମାରୀ କରୋନା । କରୋନା ଭଳି ସୁନା ଦର ମଧ୍ୟ ବଢ଼ି ବଢ଼ି ଚାଲିଥିଲା । କିନ୍ତୁ ଏବେ କିଛି ଦିନ ହେବ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଗତ ୩ଦିନ ଭିତରେ ସୁନା ୧୦ ଗ୍ରାମ ପିଛା ପାଖାପାଖି ୮୦୦ ଟଙ୍କା ହ୍ରାସ ପାଇଥିବା ନେଇ ସୂଚନା ମିଳିଛି । କିନ୍ତୁ ଗତ ମାସେ ହେବ ପ୍ରାୟ ୫୫୦୦ ଟଙ୍କା ସୁନା ଦର ହ୍ରାସ ପାଇଛି । ବର୍ତ୍ତମାନ ସୁନାର ମୂଲ୍ୟ ୧୦ଗ୍ରାମ ପିଛା ୫୦, ୬୯୦ଟଙ୍କା ରହିଛି । ସେହିପରି ରୂପା ରେଟ ମଧ୍ୟ କମିଛି । ରୂପା ରେଟ ପ୍ରାୟ ୧୨୦୦ ଟଙ୍କା ହ୍ରାସ ପାଇଛି । ଆଗକୁ ଆହୁରି ସୁନାଦର ହ୍ରାସ ହେବ ବୋଲି ଗ୍ରାହକମାନେ ଆଶା ରଖିଛନ୍ତି । ଅଗଷ୍ଟ ୭ରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଥିବା ବେଳେ ସେବେଠାରୁ ସୁନା ମୂଲ୍ୟ ୫୫୦୦ଟଙ୍କା ହ୍ରାସ ପାଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking