28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗ୨୦୨୧ ରେ ଖସିବ ସୁନା ଦର; ପଢନ୍ତୁ କେତେ

୨୦୨୧ ରେ ଖସିବ ସୁନା ଦର; ପଢନ୍ତୁ କେତେ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ସୁନା ଦର ବୃଦ୍ଧି ଗୋଟିଏ ସମୟରେ ଚିନ୍ତାର କାରଣ ପାଲଟିଥିଲା । ଗତ କିଛି ମାସ ଧରି ସୁନା ଦରରେ ପରିବର୍ତ୍ତନ ଦେଖାଯାଉଛି । ବିଶେଷ ଭାବରେ କରୋ ନା ସମୟର ସୁନା ଦର ରେକର୍ଡ ମଧ୍ୟ ପାର୍ କରିଛି । ହେଲେ ଏବେ ୨୦୨୦ ବର୍ଷ ଶେଷ ହେବା ଉପରେ । ଆଉ ଏହାର ଭିତରେ ସୁନା ଦର ନେଇ ଏବେ ଆଶ୍ୱସ୍ତି ଖବର ଆସିଛି । ଦିଲ୍ଲୀ ବଜାରରେ ସୁନା ଦର ଏବେ ୪୮୨୦୦ ରେ ରହିଛି । ଗତ ଚାରି ସପ୍ତାହ ପୂର୍ବରୁ ସୁନା ଦର ୪୦୦୦ କମିଛି । ଏବେ କରୋ ନା ଟିକା ମଧ୍ୟ ପ୍ରସ୍ତୁତ ହେବା ଉପରେ । ଧିରେ ଧିରେ ବଜାର ଖୋଲିବା ସହ ଲୋକଙ୍କ ଜୀବନ ଜୀବିକା ମଧ୍ୟ ସରଳ ହେବା ଉପରେ । ଆଉ ସେୟାର ମାର୍କେଟରେ ବି ଉତ୍ସାହ ଦେଖିବାକୁ ମିଳିଛି । ଲୋକେ ସୁନା ଉପରେ ନିବେଶ କରିବାକୁ ଚାହୁଁ ନାହାନ୍ତି । ଯାହା ଫଳରେ ସୁନା ଦର କମିବାରେ ଲାଗିଛି । ତେବେ ଖାସ କଥା ହେଲା ଯେ, ୨୦୨୧ ଆରମ୍ଭରୁ ଅର୍ଥାତ୍ ଜାନୁଆରୀ ରୁ ଫେବୃଆରୀ ଭିତରେ ସୁନା ଦର ୪୨ ହଜାର ଦଶ ଗ୍ରାମ ପିଛା କମିପାରେ ବୋଲି ଏକ୍ସପର୍ଟ ଅନୁମାନ କରିଛନ୍ତି । ଅନ୍ୟପଟେ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ରୁ ୪୦ ଡୋଜ୍ କୋଟି ଟିକା ପାଇଁ ମୋଦି ସରକାର କଥା ବାର୍ତ୍ତା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking