26.1 C
Bhubaneswar
Wednesday, May 25, 2022
Homeଅପରାଧବାଇକରେ ଆସିଲେ, ସୁନା ଗହଣା ନେଇ ଚାଲିଗଲେ

ବାଇକରେ ଆସିଲେ, ସୁନା ଗହଣା ନେଇ ଚାଲିଗଲେ

ଭୁବନେଶ୍ୱର : ବାଇକରେ ଆସିଲେ ସୁନା ଗହଣା ନେଇ ଚାଲିଗଲେ । ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ହୋଇଛି ଲୁଟ । ଦୋକାନୀ ଠାକୁର ପୂଜା କରୁଥିବା ବେଳେ ୧୨ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲେ ଦୁର୍ବୁତ୍ତ । ଲଷ୍ମୀସାଗର ଥାନା ରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଲୁଟର ଶିକାର ହୋଇଥିବା ସୁନା ଦୋକାନୀ ବସନ୍ତ କୁମାରଙ୍କ ଅଭିଯୋଗ ଅନୁସାରେ, ଦୁଇଦିନ ତଳେ ସେ ଠାକୁର ପୂଜା ପାଇଁ ନିକଟସ୍ଥ ପାଇପରୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଲୁଟେରା ବାଇକ ରେ ଆସି ଦୋକାନରେ ଥିବା ଏକ ସୁନା ରୁପା ଭର୍ତ୍ତି ବ୍ୟାଗ କୁ ନେଇ ଛୁ ମାରିଲେ । ଅଭିଯୋଗ ପରେ ପୋଲିସ ଏବେ ସିସିଟିଭି ଫୁଟେଜ ଅଧାର କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking