31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶସ୍ତା ହେଲା ସୁନା ଓ ରୂପା

ଶସ୍ତା ହେଲା ସୁନା ଓ ରୂପା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ହେବା କାରଣରୁ ଅନୁରୂପ ଭାବେ ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୂପା ମୂଲ୍ୟରେ ୧୧୪୩ ଟଙ୍କା କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।
ଋିପୋର୍ଟ ଅନୁସାରେ, ଭାରତୀୟ ବଜାରରେ ୯୯୯ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନାର ଦାମ ଏବେ ୪୭ ହଜାର ୮୧୫ ଟଙ୍କା ପ୍ରତି ଗ୍ରାମ ହୋଇଛି । ସେହିଭଳି ୯୯୯ ଶୁଦ୍ଧତା ବିଶିଷ୍ଟ ରୂପା ଦାମ ୬୮ ହଜାର ୨୮୫ ଟଙ୍କା  କିଲୋ ପ୍ରତି ହୋଇଛି । ଗତ ୧୫ ମାସ ହେବ ସୁନାର ସାପ୍ତାହିକ ହ୍ରାସ ପରେ ଆଜି ଏହା ବୃଦ୍ଧି ଘଟିଥିଲା। ଗତ ସପ୍ତାହରେ ୬% ହ୍ରାସ ପରେ ହାଜିର ସୁନା ୦.୫% ବୃଦ୍ଧି ପାଇ ପ୍ରତି Ounceକୁ ୧,୭୭୨.୩୪ ଡଲାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ରୂପା ୦.୬% ବୃଦ୍ଧି ପାଇ ପ୍ରତି Ounceକୁ ୨୫.୯୫ ଡଲାରରେ କାରବାର ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking