19.1 C
Bhubaneswar
Sunday, January 23, 2022
Homeଖେଳଇଣ୍ଡିଆ ଓପନ୍ ସେମିରେ ସିନ୍ଧୁ ଓ ଲକ୍ଷ୍ୟ

ଇଣ୍ଡିଆ ଓପନ୍ ସେମିରେ ସିନ୍ଧୁ ଓ ଲକ୍ଷ୍ୟ

ନୂଆଦିଲ୍ଲୀ :  ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଓ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଲକ୍ଷ୍ୟ ସେନ୍ ଶୁକ୍ରବାର ଏଠାରେ ଚାଲିଥିବା ୟୋନେକ୍ସ-ସନ୍‌ରାଇଜ୍ ଇଣ୍ଡିଆ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ଓ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଟପ୍ ସିଡ୍ ତଥା ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ସିନ୍ଧୁ ୩୬ ମିନିଟ୍‌ର କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ନିଜ ଦେଶର ଅସ୍ମିତା ଚାଲିହାଙ୍କୁ ୨୧-୭,୨୧-୧୮ରେ ହରାଇ ଦେଇଥିବା ବେଳେ ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ଅଲ୍‌-ଇଣ୍ଡିଆ କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍ ଏଚ୍‌ଏସ୍ ପ୍ରଣୟଙ୍କୁ ୧୪-୨୧, ୨୧-୯, ୨୧୦୧୪ରେ ହରାଇଛନ୍ତି । ସେମିଫାଇନାଲ୍‌ରେ ୨୬ ବର୍ଷୀୟା ସିନ୍ଧୁ ଷଷ୍ଠ ସିଡ୍ ଥାଇଲାଣ୍ଡର ସୁପାନିଦା କାଟେଥଙ୍ଗ୍‌ଙ୍କୁ ଭେଟିବେ । ଥାଇଲାଣ୍ଡ ଖେଳାଳି କ୍ୱାର୍ଟର୍ ଫାଇନାଲ୍‌ରେ ତୃତୀୟ ସିଡ୍ ସିଙ୍ଗାପୁରର ୟେଉ ଜିଆ ମିନ୍‌ଙ୍କୁ ହରାଇ ଦେଇଥିଲେ । ତୃତୀୟ ସିଡ୍ ଲକ୍ଷ୍ୟ ପରବର୍ତ୍ତୀ ରାଉଣ୍ଡ୍‌ରେ ମାଲେସିଆର ଏନ୍‌ଜି ତେଜ୍ ୟଙ୍ଗ୍ ଓ ଆୟର୍ଲାଣ୍ଡର ଏନ୍‌ହାତ୍ ଏନ୍‌ଗୁଏନ୍‌ଙ୍କ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ।

ଅନ୍ୟ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ଭାରତର ଆକର୍ଷି କଶ୍ୟପ ଦ୍ୱିତୀୟ ସିଡ୍ ଥାଇଲାଣ୍ଡର ବୁସାନାନ୍ ଅଙ୍ଗ୍‌ବାମ୍‌ରୁଙ୍ଗଫାନ୍‌ଙ୍କୁ ଭେଟିବେ । କ୍ୱାର୍ଟର୍ ଫାଇନାଲ୍‌ରେ ଆକର୍ଷି ସାଇନା ନେହ୍ୱାଲ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ମାଳବିକା ବନ୍‌ସୋଡ୍‌ଙ୍କୁ ୨୧-୧୨, ୨୧-୧୫ରେ ହରାଇନ୍ତି । ସେହିପରି ବୁସାନାନ୍ ଆମେରିକାର ଲୌରେନ୍ ଲାମ୍‌ଙ୍କୁ ୨୧-୧୨, ୨୧-୮ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି । ପୁରୁଷ ଡବଲ୍ସରେ ଇଶାନ୍ ଭଟନାଗର ଓ ସାଇ ପ୍ରତୀକ୍‌ଙ୍କ ଭାରତୀୟ ଯୋଡ଼ି ମାଲେସିଆର ତୃତୀୟ ସିଡ୍ ଯୋଡ଼ି ଅଙ୍ଗ୍ ୟେଉ ସିନ୍ ଓ ତେଓ ଇ ୟିଙ୍କଠାରୁ ୭-୨୧, ୭-୨୧ରେ ହାରିଯାଇଛି । ମିକ୍ସଡ୍ ଡବଲ୍ସରେ ଅଷ୍ଟମ୍ ସିଡ୍ ଭେଙ୍କଟ ଗୌରବ ପ୍ରସାଦ ଓ ଜୁହି ଦେୱାନ୍‌ଗନ୍‌ଙ୍କ ଭାରତୀୟ ଯୋଡ଼ି ଚେନ୍ ତାଙ୍ଗ୍ ଜିଏ ଓ ପେକ୍ ୟେନ୍ ୱେଇଙ୍କ ମାଲେସୀୟ ଯୋଡ଼ିଠାରୁ ମାତ୍ର ୨୩ ମିନିଟ୍‌ରେ ୧୦-୨୧, ୧୩-୨୧ରେ ପରାଜିତ ହୋଇଛି । ଅନ୍ୟତମ ଭାରତୀୟ ଯୋଡ଼ି ନିତିନ୍ ଏଚ୍‌ଭି ଓ ଅଶ୍ୱିନୀ ଭଟ୍ ମଧ୍ୟ ପରାଜିତ ହୋଇଛି । ଏହି ଯୋଡ଼ିକୁ ସିଙ୍ଗାପୁରର ହି ୟଙ୍ଗ୍ କାଇ ଟେରୀ ଓ ଟାନ୍ ୱେଇ ହାନ୍‌ଙ୍କ ଯୋଡ଼ି ୨୧-୧୫, ୨୧-୧୯ରେ ହରାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking