30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପାଣାଜୀ:ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଏବେ ରାଜନେତା ଠାରୁ ଆରମ୍ଭ କରି କଳାକାର ତଥା ଦେଶର ସାଧାରଣ ଜନତା କରୋନା ଫାସରେ ଫସି ଯାଉଛନ୍ତି । ଆଜି ଆଉ ଜଣେ ରାଜନେତା ତଥା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ତାଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି । କିନ୍ତୁ ମୋ ପାଖରେ କରୋନାର କୌଣସି ଲକ୍ଷଣ ନଥିବାରୁ ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହିଛି । ତେବେ ଏହି ସମୟରେ ମୁଁ ସମସ୍ତ ଜରୁରୀ କାମ ଘରେ ରହି କରିବି ଏବଂ ମୋର କର୍ତ୍ତବ୍ୟ ସମାପନ କରିବି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସତର୍କତା ଅବଲମ୍ବନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking