38.8 C
Bhubaneswar
Friday, April 19, 2024
Homeଅପରାଧପଡ଼ୋଶୀଙ୍କୁ ସାହାଯ୍ୟ ମାଗିବାକୁ ଯାଇ ନାବାଳିକା ସାଥିରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ.....

ପଡ଼ୋଶୀଙ୍କୁ ସାହାଯ୍ୟ ମାଗିବାକୁ ଯାଇ ନାବାଳିକା ସାଥିରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ…..

ନୂଆଦିଲ୍ଲୀ : ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦିଲ୍ଲୀ ପାଣ୍ଡବ ନଗର ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମର ଜଘନ୍ୟ ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ ନାବାଳିକାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା ଏବଂ ସେ ତାଙ୍କ ଝିିଅକୁ ପଡ଼େଶୀଙ୍କ ଠାରୁ ସାହାଯ୍ୟ ଆଣିବା ପାଇଁଁ ପଠାଇଥିଲେ କିନ୍ତୁ ପଡ଼ୋଶୀ ସାହାଯ୍ୟ ଦେବା ବଦଳରେ ନାବାଳିକଙ୍କ ସହ ଦୁଷ୍କର୍ମ କରିଥିଲେ । ପାଣ୍ଡବ ନଗର ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ବସୟ ୧୨ ବର୍ଷ ଏବଂ ତାଙ୍କ ପରିବାର ସହ ଯୁମୁନା ଖାଦର ଅଞ୍ଚଳରେ ରହୁଛନ୍ତି। ପୀଡ଼ିତା ଏକ ବୟାନରେ କହିଛନ୍ତି ଯେ ଅଧରାତିରେ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କ ମା’ ତାଙ୍କୁ କହିଥିଲେ ପଡ଼ୋଶୀଙ୍କ ଘରୁ ଔଷଧ ଆଣିବାକୁ, ଏବଂ ପଡ଼ୋଶୀ ତାଙ୍କୁ ଔଷଧ ଦେବା ବାହାନାରେ ଶୁନଶାନ ସ୍ଥାନକୁ ନେଇ ଯାଇଥିଲେ ଏବଂ ଦୁଷ୍କର୍ମ କରିଥିଲେ । ଏତିକି ନୁହେଁ ଅଭିଯୁକ୍ତ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା କଥା ମଧ୍ୟ କହିଛନ୍ତି ପୀଡ଼ିତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking