30.1 C
Bhubaneswar
Thursday, April 25, 2024
Homeଅପରାଧନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର

ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର

ଧର୍ମଗଡ: ଧର୍ମଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବି ଓଏଚପିସି ମୁଖିଗୁଡା ଜିଏମ ନାରାୟଣ ପ୍ରସାଦ ମେହେର ଗତ ୫ଦିନ ହେବ ନିଖୋଜ ଥିଲେ । ତାଙ୍କର କୌଣସି ଖୋଜଖବର ନଥିଲା । ଏନେଇ ତାଙ୍କ ପରିବାର ଲୋକେ କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଭବାନୀପାଟଣାର କାର‌୍ୟ୍ୟାଳୟ ରେ ଏସପି ବାତୁଲା ଗଗାଂଧର ଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ କରିବାକୁ ଦାବି କରିଥିଲେ । ନିଖୋଜ ୫ ଦିନ ପରେ ବି ପୋଲିସ ଦ୍ଵାରା ମୋବାଇଲ ଟ୍ରାକିଙ୍ଗ ହୋଇପାରି ନ ଥିବାରୁ ତଦନ୍ତ କୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ । ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  
ସୂଚନା ଅନୁସାରେ, ଗତ ୧୭ ତାରିଖ ରୁ ଅଫିସ କୁ ଆସି ନିଖୋଜ ଥିଲେ । ନିଖୋଜ ପରେ ତାଙ୍କ ପତ୍ନୀ ସୁରେଖା ମେହେର ମୁଖୀଗୁଡା ଫାଣ୍ଡି ରେ ନିଖୋଜ ଅଭିଯୋଗ କରିଥିଲେ । ନିଖୋଜ କୁ ନେଇ ପୋଲିସ ତଦନ୍ତରେ ଶିଥିଲତାକୁ ପତ୍ନୀ ଚିନ୍ତାରେ ଥିବା ବେଳେ ୬ ଦିନ ପରେ ନିଖୋଜ ମ୍ୟାନେଜରଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଅପହରଣ କରି ହତ୍ୟା କରିଥିବା ନେଇ ସନ୍ଦେହ ହୋଇଛି । ତେବେ ମୁଖୀଗୁଡା ଇନ୍ଦ୍ରାବତୀ ଓଏଚପିସି ର ନିଖୋଜ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ମୁଖୀଗୁଡା ଏୟାରଟେଲ ଟାୱାର ନିକଟରୁ ଉଦ୍ଧାର କରାଯାଇଛି । ଜୟପାଟଣା ପୋଲିସ ର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking