26.1 C
Bhubaneswar
Friday, March 29, 2024
Homeଓଡିଶାମହିଳାଙ୍କୁ ଆତ୍ମ ନିର୍ଭଳଶିଳ କରାଉଛନ୍ତି ଗୀତା

ମହିଳାଙ୍କୁ ଆତ୍ମ ନିର୍ଭଳଶିଳ କରାଉଛନ୍ତି ଗୀତା

ନୟାଗଡ଼ : ମହିଳାମାଙ୍କ ପୋଷାକ ପ୍ରସ୍ତୁତି ବିଶେଷ କରି ଏଥିରେ ଅମ୍ବରୀଡରି କରିବା, ଆଦିବାସୀ ଅଳଙ୍କାର କରିବା, ସହ ଚେରମୂଳି ସହ ଆୟୁର୍ବେଦିକ ଉତ୍ପାଦନ ଏହି ପ୍ରତିଷ୍ଠାନ କରୁଛି 1998 ମସିହାରେ ମାତ୍ର 15 ହଜାର ଟଙ୍କା ଖର୍ଚ୍ଚ କରି ଗୀତାଞ୍ଜଳି ନିଜ ବ୍ୟବସାୟର ଭିତ୍ତିଭୁମି ପକାଇଥିଲେ । 3ଟି ସିଲେଇ ମେସିନ ଯୋଗେ ମହିଳାମାଙ୍କ ପାଇଁ ପୋଷାକ ତିଆରି କରିଥିଲେ । ନିଜର ଇଛା ଶକ୍ତି ବଳରେ ବ୍ୟବସାୟକୁ ଆଗେଇ ନେଇଥିଲେ । 2015 ମସିହା ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ 7ଲକ୍ଷ ଲୋନ ପାଇବା ପରେ ଗୀତାଞ୍ଜଳି ଏମ୍ବ୍ରଡୋରି, ଟ୍ରାଇ ବାଲ ଅଳଙ୍କାର ପ୍ରସ୍ତୁତି କରିଥିଲେ । ରାଜ୍ୟ, ରାଜ୍ୟ ସମେତ ବାହାରକୁ ମଧ୍ୟ ତାଙ୍କର ଏ ଉତ୍ପାଦ ଯୋଗାଣ ହେଉଛି । ଓରମାସ ଓ ମିଶନ ଶକ୍ତିର ସାହାଯ୍ୟ ଓ ସହାନୁଭୂତି ବଳରେ ବିଭିର୍ନ ସ୍ଥାନ ରେ ଅନୁଷ୍ଠିତ ମେଳାରେ ସେ ମଧ୍ୟ ଭାଗ ନେଇଛନ୍ତି । ବିଭିର୍ନ ସ୍ଥାନରେ ସର୍ବାଧିକ ଟଙ୍କାର ବ୍ୟବସାୟ କରି ପୁରସ୍କୃତ ହୋଇଛନ୍ତି । କେବଳ ଏତିକି ନୁହେଁ 2018ରୁ ଚେରମୂଳି ବା ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରି ଏହାକୁ ରାଜ୍ୟର ବିଭିର୍ନ ସ୍ଥାନକୁ ପଠାଉଛନ୍ତି । ବିଭିର୍ନ ଔଷଧ ବୃକ୍ଷ ରୁ ପ୍ରସ୍ତୁତ ହାତ ତିଆରି ସାବୁନ, ମଧୁମେହ, ଗ୍ୟାସଟିକ, କେଶ ତେଲ, ଜୟଣ୍ଟ ପେନ ରୁ ଉପଶମ ନିମନ୍ତେ ବିଭିର୍ନ ଔଷଧ ପ୍ରସ୍ତୁତ କରୁଛନ୍ତି । ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ନିମନ୍ତେ ଗୀତାଞ୍ଜଳି କେରଳ ଓ ପଞ୍ଜାବ ରୁ ତାଲିମ ଗ୍ରହଣ କରିଥିଲେ । ଏହାକୁ ବ୍ୟବହାର କରି ଲୋକମାନେ ଉପକୃତ ହେଉଥିବାରୁ ଗୀତାଞ୍ଜଳିଙ୍କ ବ୍ୟବସାୟ ବେଶ ଭଲ ଚାଲିଛି । ଏଥି ନିମନ୍ତେ ଗୀତାଞ୍ଜଳି ଏକ ଔଷଧ ବଗିଚା ନିଜ ଛାତ ଉପରେ ପ୍ରସ୍ତୁତ କରିଛନ୍ତି । ଔଷଧ ପ୍ରସ୍ତୁତ ନିମନ୍ତେ ସେ ଅଧିକାଂଶ କଞ୍ଚାମାଲରୁ ସଂଗ୍ରହ କରିବା ସହିତ ନୟାଗଡର ବିଭିର୍ନ ଜଙ୍ଗଲରୁ ଅଭିଜ୍ଞ ଲୋକଙ୍କ ଜରିଆରେ ସଂଗ୍ରହ କରିଥାନ୍ତି । ଟ୍ରାଏବାଲ ଜୁଏଲାରି ପାଇଁ କଞ୍ଚା ମାଲ ରାଜସ୍ତାନ ଓ ହାଇଦ୍ରାବାଦ ସମେତ ଓଡିଶାର ଢେଙ୍କାନାଳ ଓ ମାଲକାନଗିରିରୁ ସଂଗ୍ରହ କରିଥାନ୍ତି, ଟ୍ରାଏବାଲ ଜୁଏଲାରୀ ମଧ୍ୟରେ ମଙ୍ଗଳସୂତ୍ର, କାନଫୁଲ, ମାଳି, ପାଉଁଜି ଆଦି ତିଆରି କରନ୍ତି । ରାଜ୍ୟ ଭିତର କୋରାପୁଟ, ଅନୁଗୁଳ, ଫୁଲବାଣୀ, ରାୟଗଡାରେ ଏହାର ବିଶେଷ ଚାହିଦା ରହିଛି । ରାଜ୍ୟ ବାହାରେ ପଞ୍ଜାବ କେରଳ, କଲିକତା, ହାଇ ଡ୍ରlବାଦ, ଦିଲ୍ଲୀ ଆଦି ସହରକୁ ପଠାଇଥାନ୍ତି । ସ୍ୱାମୀ ସଞ୍ଜୟ କୁମାର ସାହୁ ମଧ୍ୟ ଗୀତାଞ୍ଜଳିଙ୍କୁ ବ୍ୟବସାୟ ରେ ସାହାଯ୍ୟ କରନ୍ତି । ଉଲେଖଯୋଗ୍ୟ ଯେ 1992ରୁ 98ପର୍ଯ୍ୟନ୍ତ ଗୀତାଞ୍ଜଳି ବିଧାନସଭାରେ ରାଇଟର ଭାବେ କାର୍ଯ୍ୟ କରୁଥିଲେ । ବ୍ୟବସାୟୀକ ଦୁର୍ବଳତା ଯୋଗୁଁ ସେ ଚାକିରୀକୁ ପଛରେ ପକାଇ ଏ ବ୍ୟବସାୟକୁ ଆପଣେଇ ଆତ୍ମସନ୍ତୋଷ ଲାଭ କରନ୍ତି ବୋଲି କହିଛନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେଉଥିବା ଫଳରେ ବ୍ୟବସାୟ ପ୍ରତିଷ୍ଠାନ ରେ ଗୀତାଞ୍ଜଳି 30ଜଣ ମହିଳାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଅସହାୟ, ଗରିବ ଶ୍ରେଣୀର ମହିଳା ରହିଛନ୍ତି । ଗୀତାଞ୍ଜଳିଙ୍କ ଠାରୁ ପ୍ରେରଣା ପାଇ ଅନେକ ମହିଳା ମଧ୍ୟ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶିଳ ହୋଇ ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking