27.8 C
Bhubaneswar
Wednesday, April 17, 2024
Homeଓଡିଶାସରକାରୀ କର୍ମଚାରୀଙ୍କ ଜିଆଇଏସ୍ ସଂଶୋଧିତ

ସରକାରୀ କର୍ମଚାରୀଙ୍କ ଜିଆଇଏସ୍ ସଂଶୋଧିତ

ଭୁବନେଶ୍ୱର : ଗୋଷ୍ଠୀ ବିମା ଯୋଜନା(ଜିଆଇଏସ୍‌)ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧି କରାଯାଇଛି । ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ ହୋଇଛି । ଏହା ଅଧିନରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ୪୮ ଶହ ଗ୍ରେଡ୍ ପେ’ କର୍ମଚାରୀଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡିବ ।

୫,୪୦୦ ଓ ଏହାର ଅଧିକ ଗ୍ରେଡ ପେ’ କର୍ମଚାରୀଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡିବ । ତେବେ କର୍ମଚାରୀଙ୍କ ପାଇଁ ଜିଆଇଏସ ଏକ ସାମାଜିକ ସୁରକ୍ଷା ଯୋଜନା । ୪୮ ଶହ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ପରିବାରକୁ ୪ ଲକ୍ଷ ଟଙ୍କା ମିଳିବ । ଏହା ସହ ୫,୪୦୦ ଓ ଏହାଠାରୁ ଅଧିକ ଗ୍ରେଡ ପେ’ କର୍ମଚାରୀଙ୍କ ମୃତ୍ୟୁରେ ୬ ଲକ୍ଷ ଟଙ୍କା ମିଳିବ ।

ସେହିପରି ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଜିଆଇଏସ୍ ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking