33.1 C
Bhubaneswar
Friday, May 20, 2022
Homeଅପରାଧମକର ଦେଖିବାକୁ ଯାଇଥିଲେ ନାବାଳିକା, ଶେଷରେ କ’ଣ ଘଟିଲା ପୁରା ଘଟଣା ଜାଣନ୍ତୁ....

ମକର ଦେଖିବାକୁ ଯାଇଥିଲେ ନାବାଳିକା, ଶେଷରେ କ’ଣ ଘଟିଲା ପୁରା ଘଟଣା ଜାଣନ୍ତୁ….

ଭୁବନେଶ୍ୱର : ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ବାରିପଦା ଟାଉନଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୨୨, କାଳିକା ପୁର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ୧୩ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ଘର ନିକଟରେ ମକର ପର୍ବ ପାଳନ ହେଉଥିବା ଦେଖିବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ପରେ ତାଙ୍କୁ ଜରାଳୀ ନଦୀ କୂଳରେ ଏକ ଜଙ୍ଗଲ ନିକଟରୁ ଉଦ୍ଧାର କରିଥିଲେ । ଝିଅ ସହ ଦୁଷ୍କର୍ମ ହୋଇଥିବା ଜାଣିବା ସହ ଅଭିଯୁକ୍ତ ବିଷୟରେ ମଧ୍ୟ ଦିବ୍ୟାଙ୍ଗ ଯୁବତୀ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଏନେଇ ଗତକାଲି ରାତିରେ ବାରିପଦା ଟାଉନଥାନାରେ ଦିବ୍ୟାଙ୍ଗ ନାବାଳିକାର ବାପା ଅଭିଯୋଗ କରିବା ପରେ ,ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏନେଇ ଟାଉନ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking