33.1 C
Bhubaneswar
Thursday, April 25, 2024
Homeଅପରାଧଖୋଲିଲା ରହସ୍ୟ : ପାଣିରେ ବୁଡ଼ି ପ୍ରାଣହରାଇଛି ସ୍ୱାତୀ  

ଖୋଲିଲା ରହସ୍ୟ : ପାଣିରେ ବୁଡ଼ି ପ୍ରାଣହରାଇଛି ସ୍ୱାତୀ  

ରଣପୁର : ଖୋଲିଛି ରଣପୁର ବ୍ଲକ୍ ପାଟଣା ଗାଁର ସ୍ୱାତୀର ମୃତ୍ୟୁ ରହସ୍ୟ । ପ୍ରଥମେ ନିଖୋଜ ଓ ପରେ ପୋଖରୀରୁ ଛୋଟ ଝିଅଟିର ଶବ ମିଳିବା  ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ଏନେଇ ପୁଲିସ ପ୍ରଶାସନ ତତ୍ପର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ୱାତୀର ମୃତ୍ୟୁ ପାଣିରେ ବୁଡ଼ି ହୋଇଛି ବୋଲି ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଛି । ଏ ନେଇ ସୂଚନା ଦେଇଛନ୍ତି ରଣପୁର ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା ।
ଶ୍ରୀ ପଣ୍ଡାଙ୍କ ସୂଚନା ଅନୁସାରେ ଗତ ଡିସେମ୍ବର ୧୧ ତାରିଖରେ ସ୍ୱାତୀ ନିଖୋଜ ହୋଇଥିଲା । ଘଟଣା ସମଗ୍ର ରାଜ୍ୟରେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଥିଲା । ଗଣମାଧ୍ୟମ ଠାରୁ ଆରମ୍ଭ କରି, ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଧାଡ଼ି ଲମ୍ବିଥିଲା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବଧି ପାଟଣା ଗାଁକୁ । ସ୍ୱେଛାସେବୀ, ବୁଦ୍ଧିଜୀବୀ, ତଥା ଅଞ୍ଚଳବାସୀଙ୍କ ମନରେ ସ୍ୱାତୀର ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସ୍ୱାତୀର ଗାଁକୁ ମାରାଥନ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଦୁଇଟି ଥାନାର ଆଇଆଇସି, ଶରଣକୁଳ ଏସଡିପିଓ, ରାଜସୁନାଖଳା ଫାଣ୍ଡି ଅଧିକାରୀ, ଡଗ ସ୍କ୍ୱାର୍ଡ, ଆଦି ସମସ୍ତେ ମିଳିମିଶି ସ୍ୱାତୀର ସନ୍ଧାନରେ ଲାଗି ପଡ଼ିଥିଲେ । ଦମକଳ ବାହିନୀ ଏବଂ ଓଡ୍ରାଫ ଟିମ୍ ବିଭିନ୍ନ ପୋଖରୀ ଗାଡ଼ିଆ ଖାନ ତଲାସ କରିଥିଲେ । ତେବେ ଶେଷରେ ଗତ ଡିସେମ୍ବର ୧୫ତାରିଖରେ ଆଦିବାସୀ ସାହି ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ସ୍ୱାତୀର ମୃତଦେହ ମିଳିଥିଲା । ପରେ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା । ଗୁରୁବାର କଟକସ୍ଥ ଫରେନ୍‌ସିକ ଲାବ୍ରୋଟାରୀରୁ ସ୍ୱାତୀର ଶବ ବ୍ୟବଛେଦ ରିପୋର୍ଟ ରଣପୁର ଥାନାରେ ପହଞ୍ôଚଛି । ରିପୋର୍ଟ ଆଧାରରେ ଥାନାଧିକାରୀ ଦେଇଥିବା ସୂଚନା ଅନୁସାରେ ସ୍ୱାତୀର ପାକସ୍ଥଳୀରେ ଉକ୍ତ ପୋଖରୀ ପାଣି ଠାବ କରିଛି ।  ପାଣିରେ ବୁଡ଼ିବା ପରେ ଯାଇ ସ୍ୱାତୀର ମୃତ୍ୟୁ ହୋଇଥିବା ମତ ଦେଇଛନ୍ତି ଡାକ୍ତର । ଅସାବଧାନତା ହେତୁ ପାଣିରେ ବୁଡ଼ିଯିବା ଯୋଗୁଁ ତାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସ୍ୱାତୀର ଏହି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking