27.1 C
Bhubaneswar
Friday, March 29, 2024
Homeଅପରାଧପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ କରୁଣ ଚିତ୍ର : ୩ ଦିନର ଶିଶୁ କନ୍ୟାକୁ ୨୦ ସ୍ଥାନରେ...

ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ କରୁଣ ଚିତ୍ର : ୩ ଦିନର ଶିଶୁ କନ୍ୟାକୁ ୨୦ ସ୍ଥାନରେ ଛୁରାମାଡ଼

ଗୁଜୁରାଟ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ଦୁଃଖଦାୟକ କରୁଣ ଚିତ୍ର ଦେଖିବାକୁ ମିଳିଛି | ଏକ ୩ ଦିନର ଶିଶୁ କନ୍ୟାର ଶରୀରର ୨୦ ସ୍ଥାନରେ ଛୁରୀରେ କାଟି କ୍ଷତାକ୍ତ କରି ଖୋଲା ପଡିଆରେ ଫିଙ୍ଗି ଦିଆଯାଛି | ଶିଶୁଟିକୁ କୁକୁର କାମୁଡି ଧରି ନେଇକି ଯାଉଥିଲାବେଳେ ତାର କାନ୍ଦ ଶୁଣି ପିଲାମାନେ ଉଦ୍ଧାର କରିଛନ୍ତି | ଏଥିରୁ ଜଣାପଡୁଛି ଶିଶୁ କନ୍ୟା ପ୍ରତି ଘୃଣା ଭାଵ ଏବେ ବି ଦୂର ହୋଇନାହିଁ | ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟରେ ମଧ୍ୟ ସଚେତନତାର ଅଭାବ ରହିଛି | ପ୍ରଧାନମନ୍ତ୍ରୀଙ୍କ ବାର୍ତା ” ବେଟି ବଚାଓ, ବେଟି ପଢ଼ାଓ ” ତାଙ୍କ ରାଜ୍ୟରେ ପ୍ରଭାବ ପକାଇ ନାହିଁ |
ଏହି ଘଟଣା ରାଜକୋଟ ଜିଲ୍ଲାରେ ଘଟିଛି | ଶିଶୁ କନ୍ୟାକୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି | ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଶିଶୁଟିର ସ୍ୱାସ୍ଥ ଅବସ୍ଥା ସ୍ଥିର ଅଛି । ଆଣିଲା ବେଳେ ଶିଶୁଟିର ପାଟିରେ ମାଟି ଥିଲା ଏବଂ ଡାକ୍ତରଖାନାକୁ ଆଣିବା ସମୟରେ ସେ ନିଶ୍ୱାସ ନେଉନଥିଲେ ବୋଲି ଡାକ୍ତରମାନେ କହିଛନ୍ତି।
ବୁଧବାର ଦିନ କିଛି ପିଲା କ୍ରିକେଟ୍ ଖେଳିବାକୁ ଯାଉଥିବା ବେଳେ ଶିଶୁଟିର କ୍ରନ୍ଦନ ଶୁଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେମାନେ ତାଙ୍କୁ ମହିକ୍ ଏବଂ ଥାବାଚାଡା ଗ୍ରାମ ମଧ୍ୟରେ ଥିବା ଏକ ଖୋଲା ପଡ଼ିଆରେ ଦେଖିଥିଲେ | ଘଟଣା ସ୍ଥଳରେ ପହଞ୍ଚିବା ପରେ ପିଲାମାନେ ଦେଖିଥିଲେ ଗୋଟେ କୁକୁର ଶିଶୁଟିର ପିଠିକୁ ଦାନ୍ତରେ କାମୁଡି ବୋହି ନେଉଛି ଓ ଶିଶୁଟି ଯନ୍ତ୍ରଣାରେ ଚିତ୍କାର କରୁଛି ।
ପିଲାମାନେ କୁକୁର ଉପରେ ପଥର ଫିଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଡାକ୍ତରଖାନା ନେବାପରେ ଜଣାପଡିଲା ଯେ ଶିଶୁଟିକୁ 20 ଥର ଛୁରୀରେ କଟାଯାଇଛି । ଶିଶୁର ଶରୀରରେ ଛୁରାମାଡ଼ ସୂଚାଇଥାଏ ଯେ ସେ କେବଳ ଜନ୍ମ ପରେ ପରିତ୍ୟକ୍ତ ହୋଇନଥିଲେ, କେହି ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଛୁରାମାଡ଼ କରିବା ପରେ ଶିଶୁଟି ମରିଯାଇଥିବା ଭାବି ପଡିଆରେ ପରୀତକ୍ତ୍ୟ ଅବସ୍ଥାରେ ଫିଙ୍ଗି ଚାଲିଯାଇଛି | ପରୀତକ୍ତ୍ୟ ସ୍ଥାନରୁ କୁକୁରଟି ନେଇ ଯିବାବେଳେ ଜଣା ପଡିଥିଲା |
ସେପଟେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking