ଯନ୍ତ୍ରଣାରେ ଜୀବନ ଜୀଉଛି ନାବାଳିକା ପ୍ରିୟଗ୍ନି

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଂଚଳରେ ଜଣେ ନାବାଳିକା ଯନ୍ତ୍ରଣାରେ ଜର୍ଜରିତ ହୋଇ ଜୀବନ ବିତାଉଛି । ପ୍ରକାଶଯେ, ଟ୍ୟୁସନ ତାହା ପାଇ କାଳ ହୋଇଛି । ଟ୍ୟୁସନ ପାଇଁ ପଡିଶା ଘରକୁ ଯାଇ ଥିଲା ବିଦ୍ୟୁତ ତାର ହେଲା କାଳ। ଅଳ୍ପକେ ବର୍ତିଗଲା ନାବାଳିକା ଝିଅ ପ୍ରିୟଗ୍ନି ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାୟ ୫୦ ରୁ ୬୦ ଭାଗ ଜଳିଯାଇଛି ପ୍ରିୟଗ୍ନି ଶରୀରର । ଏମିତି ଏକ ଛାତିଥରା ଘଟଣା ଦେଖବାକୁ ମିଳିଛି ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡ଼ିଆ ଗ୍ରାମର ପ୍ରଦୀପ ଦେଓଙ୍କ ପରିବାରରେ ।

ମହାମାରୀ କୋରନା ପାଇଁ ଟାଟା କମ୍ପାନୀ ତରଫରୁ ସ୍କୁଲ ପିଲାମାନଙ୍କୁ ଶିକ୍ଷାଦାନର ଯୋଜନା କରାଯାଇଛି । ସେଦିନ ଥିଲା ଅଗଷ୍ଟ ୧୨ ତାରିଖ ଅପରାହ୍ନ ୪ଟା ସମୟରେ ପ୍ରିୟଗ୍ନି ବାହାରିପଡିଥିଲା ପାଠ ପଢିବାକୁ । ଘର ଭିତରେ ପ୍ରବଳ ଗରମ ହେତୁ ଶିକ୍ଷା ଦାନ ପାଇଁ ନିଯୁକ୍ତ ହୋଇଥିବା ଶିକ୍ଷୟତ୍ରୀ ତାଙ୍କ ନିଜ ଘରର ଛାତ ଉପରେ ପାଠ ପଢାଇବା ପାଇଁ ପିଲା ମାନଙ୍କୁ ନେଇଯାଇଥିଲେ । ଛାତକୁ ଲାଗି ରହିଥିବା ପଣସ ଗଛ ମଧ୍ୟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ହାତ ପାହାନ୍ତାରେ ଥିବାରୁ ଦୁର୍ଭାଗ୍ୟବଶତଃ ପ୍ରିୟଗ୍ନିଙ୍କ ହାତ ତାରରେ ବାଜିଯାଇଥିଲା। ଯାହାଫଳରେ ସେହିଠାରେ ପଡି ଯାଇଥିଲେ ପ୍ରିୟଗ୍ନି । ସଂଗେ ସଂଗେ ତାଙ୍କୁ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିସ୍ଥିତି ସଂକଟାପନ୍ନ ହେବାରୁ ତାଙ୍କୁ ଅଶ୍ୱନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୧୮ଦିନ ମେଡିକାଲ ବେଡ଼ରେ ଅସହ୍ୟ ଯନ୍ତ୍ରଣା ସହିବା ପରେ ଅଦ୍ୟାବଧି ସୁସ୍ଥ ହେବାରୁ ପରିବାର ଲୋକେ ଘରକୁ ନେଇଆସିଛନ୍ତି ।

ଛୋଟ ମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ପ୍ରଦୀପ ଦେଓ ଧାର ଉଦ୍ଧାର କରି ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଆହୁରି ୨ଟି ସର୍ଜରି କରିବାକୁ ଡାକ୍ତର କହୁଛନ୍ତି ଯାହାକି ୨ ରୁ ୩ ଲକ୍ଷ ଟଙ୍କା ଆବଶ୍ୟକ । ଏବେ ପ୍ରିୟଗ୍ନିଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହାକୁ ନେଇ ଭାଙ୍ଗି ପଡିଛନ୍ତି ବାପା ପ୍ରଦୀପ ଓ ମା ନନ୍ଦିନୀ । ଏ ସମ୍ପର୍କରେ ବିଦ୍ୟୁତ ବିଭାଗଙ୍କୁ ଜଣାଇଥିଲେ ନ ଶୁଣିବାରୁ କଳିଙ୍ଗନଗର ଥାନାରେ ଅଭିଯୋଗ କଲେ । ପୋଡିହୋଇଥିବା ନାବାଳିକା ପାଖରେ ଏପର‌୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ସରପଞ୍ଚ ପହଂଚି ନାହାଁନ୍ତି କି ଅଭିଯୋଗକାରୀଙ୍କ କଥାକୁ କର୍ଣପାତ କରୁନଥିବା କହିଛନ୍ତି ନାବାଳିକା ଝିଅର ବାପା ପ୍ରଦୀପ ଦେଓ ।ସେପଟେ ଏ ଘଟଣାକୁ ନେଇ ଜାତୀୟ ମାନବାଧିକାରୀ ପ୍ରତିରକ୍ଷା କାରୀ ଭଜ ମୋହନ ବିଶ୍ୱାଳ ନାବାଳିକା ଝିଅର ବାଲ୍ୟବସ୍ଥା ନଷ୍ଟ ଓ କ୍ଷତି ପାଇଁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିବା ସହ ଏନ ଏଚ ଆର ସି ,ରେ ମାମଲା ରୁଜୁ କରିଛନ୍ତି ।

ଏହିଭଳି ଦୁଃଖଦ ପରିସ୍ଥିତିରେ ଝିଅର ଜୀବନ ବଞ୍ଚାଇବା ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି ନାବାଳିକାଙ୍କ ପରିବାର । କେବେ ଜିଲ୍ଲା ପ୍ରଶାସନ ପହଞ୍ଚିବେ ପିଡିତାଙ୍କ ଦୁଃଖ ଦୁର ହେବ ଦେଖିବାକୁ ବାକି ରହିଲା। ବିଧାୟକ ନାବାଳିକା ପ୍ରତି ସହାୟତା ହାତ ବଢାଇଲେ ନାବାଳିକା ଜୀବନ ସୁଖମୟ ହୋଇ ପାରନ୍ତା। ବିଦ୍ୟୁତ ବିଭାଗର ତାର ଲୋକ ମାନଙ୍କ ଛାତ ଉପରେ ଯାଇଛି ,ଏଭଳି ଦୁର୍ଘଟଣାମାନ ଘଟୁଛି । ଛାତ ଉପରୁ ତାର ଉଠାଇବାକୁ ବିଦ୍ୟୁତ ବିଭାଗ ନିକଟରେ ଆପତ୍ତି କରା ଯାଉ ଥିଲେ ମଧ୍ୟ ସୁଫଳ ମିଳୁନାହିଁ ।

LEAVE A REPLY

Please enter your comment!
Please enter your name here