39.1 C
Bhubaneswar
Wednesday, April 24, 2024
Homeଓଡିଶାମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଳୟ ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ରଜନୀ ମେଲେକା(୨୮)। କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ରଜନୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ଭୋରରୁ ସେ ଚିକିତ୍ସାଳୟ ତୃତୀୟ ମହଲାର ବାଥରୁମ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ। ଡେଇଁ ପଡିବା ପରେ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ କାହିଁକି ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ।।ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଛେଦ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking