37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜିଓର୍ଜିଆ ମେଲୋନୀ ହେଲେ ଇଟାଲିର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜିଓର୍ଜିଆ ମେଲୋନୀ ହେଲେ ଇଟାଲିର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଟାଲିରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଜିଓର୍ଜିଆ ମେଲୋନୀ ଇତିହାସ ରଚିଛନ୍ତି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ମେଲୋନୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କୁ ବଡ଼ ଭୋଟ ବ୍ୟବଧାନରେ ମେଲୋନୀ ପରାସ୍ତ କରିଛନ୍ତି । ଏହାଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲିରେ ଦକ୍ଷିଣପନ୍ଥୀ ସରକାର ଗଠନର ରାସ୍ତା ପରିଷ୍କାର ହୋଇଯାଇଛି ।

୧୯୪୫ରୁ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ଇଟାଲିରେ ୭୦ ଥର ସରକାର ପରିବର୍ତ୍ତନ ହୋଇଛି । ମେଲୋନୀଙ୍କ ପିଏମ ହେବା ସ୍ପଷ୍ଟ ହେବା ପରେ ଇଟାଲିର ଫାସିବାଦୀ ତାନଶାହ ବେନିତୋ ମୁସୋଲିନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ମେଲୋନୀ ନିଜକୁ ମୁସୋଲିନୀଙ୍କ ଜଣେ ସମର୍ଥକ ମାନନ୍ତି । ନିର୍ବାଚନ ପୂର୍ବରୁ ମେଲୋନୀ ଫର୍ଜା ଇଟାଲିଆ ଓ ଦ ଲିଗ ସହିତ ଗଠବନ୍ଧନ କରିଥିଲେ ।

ମିଡ଼ିଆ ରିପୋର୍ଟ ମୁତାବକ, ଗଠବନ୍ଧନକୁ ୪୩ ପ୍ରତିଶତ ଭୋଟ ମିଳିଥିବା ବେଳେ ମେଲୋନୀଙ୍କୁ ୨୬ ପ୍ରତିଶତ ଭୋଟ ମିଳିଛି । ବାମପନ୍ଥୀ ଡେମୋକ୍ରାଟିକ ପାର୍ଟିର ଗଠବନ୍ଧନକୁ ପାଖାପାଖି ୨୬ ପ୍ରତିଶତ ଭୋଟ ମିଳିଛି । ମେଲୋନୀ ସିନେଟର ୧୧୪ଟି ସିଟରେ ଜିତିବାରେ ସକ୍ଷମ ହୋଇଛନ୍ତି । ବହୁମତ ସାବ୍ୟସ୍ତ କରିବାକୁ ପାଇଁ ସିନେଟରେ ୧୦୪ଟି ସିଟରେ ଜିତିବା ଆବଶ୍ୟକ ଥିଲା । ସୂଚନାଯୋଗ୍ୟ ଯେ, ମେଣ୍ଟ ସରକାରରେ ସାମିଲ ଥିବା ଅନ୍ୟ ଦଳମାନେ ସମର୍ଥନ ପ୍ରତ୍ୟାହାର କରିନେବା କାରଣରୁ ଗତ ଜୁଲାଇରେ ଦ୍ରାଘିଙ୍କ ସରକାରର ପତନ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking