39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାକ୍ଷୀ ପୂର୍ଣ୍ଣିମାରେ ଯୋଗୀଙ୍କ ଉପହାର; ଦୁଇଦିନ ମାଗଣା ବସ୍‌ ଯାତ୍ରା କରିପାରିବେ ମହିଳା

ରାକ୍ଷୀ ପୂର୍ଣ୍ଣିମାରେ ଯୋଗୀଙ୍କ ଉପହାର; ଦୁଇଦିନ ମାଗଣା ବସ୍‌ ଯାତ୍ରା କରିପାରିବେ ମହିଳା

ନୂଆଦିଲ୍ଲୀ: ଲକ୍ଷ୍ନୌ: ରକ୍ଷୀ ପୁର୍ଣ୍ଣିମାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମହିଳା ମାନଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହି ଅବସରରେ ଦୁଇ ଦିନ ମହିଳାଙ୍କ ପାଇଁ ରାଜ୍ୟରେ ମାଗଣା ଯାତ୍ରାର ଘୋଷଣା କରିଛନ୍ତି। ୟୁପି ପରିବହନ ନିଗମର ବସଗୁଡିକରେ ମାଗଣା ଯାତ୍ରା କରି ପାରିବେ ମହିଳାମାନେ। ମହିଳାଙ୍କୁ ମାଗଣା ବସ୍ ସୁବିଧା ଅଗଷ୍ଟ ୧୦ ତାରିଖ ରାତି ୧୨ଟାରୁ ଅଗଷ୍ଟ ୧୨ ତାରିଖ ରାତି ୧୨ଟା ଯାଏଁ ୟୁପି ରୋଡ୍‌ଓ୍ଵେଜରେ ମହିଳା ମାଗଣା ଯାତ୍ରା କରି ପାରିବେ।

ପ୍ରତି ବର୍ଷ ଯୋଗୀ ଆଦିତ୍ୟନାଥ ରକ୍ଷା ବନ୍ଧନ ଅବସରରେ ମହିଳାଙ୍କୁ ମାଗଣା ବସ୍ ସୁବିଧା ପ୍ରଦାନ କରିଥାନ୍ତି। କିନ୍ତୁ ଏହି ସୁବିଧା ୨୪ ଘଣ୍ଟା ପାଇଁ ରହିଥାଏ। ମାତ୍ର ଚଳିତ ବର୍ଷ ମହିଳା ଏହି ସୁବିଧା ଦୁଇ ଦିନ ପର୍ଯ୍ୟନ୍ତ ଉଠାଇ ପାରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା ପରେ ୟୁପି ପରିବହନ ନିଗମ ଏହି ସଂପର୍କରେ ଶୀଗ୍ର ବିଜ୍ଞପ୍ତି ଜାରି କରି ପାରେ। ଗତ ବର୍ଷ ରକ୍ଷା ବନ୍ଧନରେ ସାଢେ ତିନି ଲକ୍ଷ ମହିଳା ରକ୍ଷା ବନ୍ଧନ ଦିନ ମାଗଣା ବସ ସେବାର ଲାଭ ଉଠାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking