ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ

ଭୁବନେଶ୍ୱର: ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାରେ ତାଙ୍କୁ ଜାମିନ ମିଳିଛି । ପୂର୍ବରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ତଥା ପୂର୍ବତନ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ ପାଠକ  ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁ ଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ । କିନ୍ତୁ ଅନ୍ୟାନ୍ୟ ମାମଲାରେ ଉଭୟ ପାଠକ ବାପ ପୁଅ ଜେଲରେ ଥିଲେ । ଦୁର୍ନୀତିର ଲମ୍ବା ଫର୍ଦ ଥିବା ପାଠକ ବାପ ପୁଅ ଟ୍ରାବେଲ୍ସ ବିଲ ଠକେଇ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here