34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଢିଲା ଚିନ୍ତା : ଦେଶରେ ଓମିକ୍ରନ ସବ୍ ଭାରିଆଣ୍ଟର (ବିଏ.୪) ୨ ଆକ୍ରାନ୍ତ ଚିହ୍ନଟ

ବଢିଲା ଚିନ୍ତା : ଦେଶରେ ଓମିକ୍ରନ ସବ୍ ଭାରିଆଣ୍ଟର (ବିଏ.୪) ୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଓମିକ୍ରନ ସବ୍ ଭାରିଆଣ୍ଟର ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛନ୍ତି । ଓମିକ୍ରନ ବିଏ.୪ ସବ୍ ଭାରିଆଣ୍ଟ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଭାରତ କୋଭିଡ -୧୯ ଜିନୋମ ସିକ୍ୱେନ୍ସି ନେଟବ୍ୱର୍କ ବା ଆଇଏନଏସଏସିଓଜି । ଜଣେ ହାଇଦ୍ରାବାଦ ରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଚେନ୍ନାଇ ରୁ ଚିହ୍ନଟ ହୋଇଛନ୍ତି । ଓମିକ୍ରନର ଦୁଇଟ ସବ୍ ଭାରିଆଣ୍ଟ ମଧ୍ୟରୁ ବିଏ.୪ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ପଂଚମ ଲହର ଆଣିଛି ।
କରୋନା ଏବେ ବି ତା’ର ନୂଆ ନୂଆ ରୂପ ଦେଖାଉଛି । ଦେଶରେ କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏହାରି ଭିତରେ ଆଉ ଏକ ନୂଆ ଭ୍ୟାରିଏଣ୍ଟ ଭାରତରେ ପାଦ ଥାପିଛି । ହାଇଦ୍ରାବାଦରେ ବିଏ-୪ ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ମାମଲା ଗତକାଲି ସାମ୍ନାକୁ ଆସିଥିଲା । ଭାରତୀୟ ରୋଗୀମାନଙ୍କଠାରେ କୋଭିଡ୍ର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ କରୁଥିବା ବୈଜ୍ଞାନିକମାନଙ୍କ ଡାଟାରୁ ଏହି ସୂଚନା ମିଳିଛି । ଯେଉଁ ରୋଗୀଙ୍କଠାରେ ବିଏ-୪ ଓମିକ୍ରନ ଭ୍ୟାରିଏଣ୍ଟ ମିଳିଛି, ତାଙ୍କ ନମୁନା ଗତ ମେ’ ୯ରେ ନିଆଯାଇଥିଲା । ଜାନୁଆରୀଠାରୁ ଆମେରିକା ଏବଂ ୟୁରୋପରେ ଓମିକ୍ରନର ଅନେକ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି ।
ତେବେ ଏହା ପ୍ରଥମ ଥର ଭାରତରେ ବିଏ-୪ ଭ୍ୟାରିଏଣ୍ଟର ମାମଲା ସାମ୍ନାକୁ ଆସିଛି । ସଂକ୍ରାମକ ରୋଗଗୁଡ଼ିକ ଉପରେ ନଜର ରଖୁଥିବା ୟୁରୋପୀୟ ଏଜେନ୍ସି ୧୨ ମେ’ରେ ବିଏ-୪ ଏବଂ ବିଏ-୫ ଓମିକ୍ରନ ଭ୍ୟାରିଏଣ୍ଟକୁ ‘ଭ୍ୟାରିଏଣ୍ଟ୍ ଅଫ୍ କନ୍ସର୍ନ’ ଘୋଷିତ କରିଥିଲା । ଏଜେନ୍ସିର କହିବା ହେଲା, ଏହି ଭ୍ୟାରିଏଣ୍ଟର ଗମ୍ଭୀର ପ୍ରଭାବ ପଡ଼ିପାରେ । ବିଭିନ୍ନ ସ୍ଥାନରେ ମହାମାରୀ ସ୍ଥିତି ଉପରେ ଏହା ପ୍ରଭାବ ପକାଇପାରେ । ସୂଚନାଥାଉ କି, ବିଏ-୪ ଏବଂ ବିଏ-୫ ଓମିକ୍ରନ ଭ୍ୟାରିଏଣ୍ଟ ପ୍ରଥମ ଥର ଜାନୁଆରୀ ଓ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା । ତେବେ ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ହେଲା, ଆଗାମୀ କିଛି ସପ୍ତାହ ଭିତରେ ବିଏ-୪ ଭ୍ୟାରିଏଣ୍ଟର ପ୍ରଭାବ ଦେଖାଯାଇପାରେ । ଏହାପରେ ହିଁ ଓମିକ୍ରନର ବିଏ-୨ ସହିତ ଏହାର ତୁଳନା କିମ୍ବା ଗମ୍ଭୀରତାର ଆକଳନ କରାଯାଇ ପାରିବ ।
ଆଇଏନଏସଏସିଓଜି ର ମୁଖ୍ୟ ଡ. ସୁଦର୍ଶନ ଭାଟ୍ରୀ କହିଛନ୍ତି କି ଏହି ସଂକ୍ରମଣ ଦ୍ୱାରା ଗୁରୁତର ହେବାର ସମ୍ଭାବନା ନାହିଁ । ରୋଗୀ ଙ୍କ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା କମ ରହିଛି । ବିଏ.୪ ଏବଂ ବିଏ.୫ ଡେଲଟାରେ ମିଳୁଥିବା ପରିବର୍ତ୍ତନ କୁ ଧାରଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking