26.7 C
Bhubaneswar
Friday, April 19, 2024
Homeଓଡିଶାଆରମ୍ଭ ହେଲା କରୋନା ଭାଇରସର ଜେନେଟିକ୍ ଷ୍ଟଡି

ଆରମ୍ଭ ହେଲା କରୋନା ଭାଇରସର ଜେନେଟିକ୍ ଷ୍ଟଡି

ଭୁବନେଶ୍ୱର: ଆରମ୍ଭ ହୋଇଛି ମହାମାରୀ ଭାଇରସର ଜେନେଟିକ୍ ଷ୍ଟଡି । ୪୫ କରୋନା ରୋଗୀଙ୍କ ସାମ୍ପଲ ସଂଗ୍ରହ କରାଯାଇ ଜେନେଟିକ୍ ଷ୍ଟଡି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଲାଇଫ୍ ସାଇନ୍ସରେ ଏହାର ପରୀକ୍ଷା କରାଯାଇଥିବା ଭୁବନେଶ୍ୱର ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ପ୍ରଦାନ କରିଛନ୍ତି । ପ୍ରାୟ ୨ ଶହ ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୨ ସପ୍ତାହରେ ଏହାର ରିପୋର୍ଟ ଆସିବ । ଫଳରେ ଏହି ଭାଇରସ କେଉଁଠୁ ଆସିଛି ଏବଂ ଏହା କେଉଁ କାଟେଗୋରୀର ତାହା ଜଣାପଡିବ । ତେବେ ଓଡିଶାରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତ ଆକ୍ରାନ୍ତ ଅଧିଂକାଶ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରୁ ଥିବା ବେଳେ ବାକି ଲୋକାଲ କେସ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । କ୍ୱାରେଣ୍ଟିନ ସଂସ୍ପର୍ଶରେ ଆସି ଲୋକାଲ ସଂକ୍ରମଣ ହେଉଥିବା ବେଳେ ସଂକ୍ରମଣ ବଢିବା ଉପରେ ମୌସୁମୀର କୌଣସି ପ୍ରଭାବ ନଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking