30.1 C
Bhubaneswar
Wednesday, April 24, 2024
Homeଓଡିଶାବଦଳିଲେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ

ବଦଳିଲେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ

କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲସି) ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବାଦ

ଭୁବନେଶ୍ୱର : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଶୁକ୍ରବାର ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଛନ୍ତି । ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲସି) ସଦସ୍ୟ ଓ ତେଲାଙ୍ଗାନା ପ୍ରଭାରୀ ଥିବା ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ବାଦ ଦିଆଯାଇଛି । ଅନ୍ୟ ପକ୍ଷେରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଭାବେ ଦାୟିତ୍ୱ ମିଳିବା ସହ ସିଡବ୍ଲୁସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ନେଇଥିବା ଜତେନ୍ଦ୍ର ସିଂହଙ୍କୁ ଆସାମ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ନୂଆ ପ୍ରଭାରୀ ଦାୟିତ୍ୱ ପାଇଥିବା ଚେଲ୍ଲା କୁମାର ୨୦୧୯ ନିର୍ବାଚନରେ ତାମିଲନାଡୁର କ୍ରିଷନଗିରି ଲୋକସଭା ନର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ଜଣେ ଦକ୍ଷ ସଂଗଠକ ଭାବେ ତାମିଲନାଡୁରେ ତାଙ୍କର ଖାତି ରହିଛି । ଅନ୍ୟ ପକ୍ଷରେ ଓଡ଼ିଶାର ପ୍ରବୀଣ କଂଗ୍ରେସ ନେତା ଭକ୍ତ ଦାସ ଏଆଇସିସି ସଭାନେତ୍ରୀଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି । ସେଥିପାଇଁ ତାଙ୍କୁ ଦୁଇଟି ରାଜ୍ୟର ସଂଗଠନ ସମ୍ଭାଳିବା ପାଇଁ ଏଆସିସି ସଭାନେତ୍ରୀ ମନୋନୀତ କରିଛନ୍ତି । ଏହି ଦାୟିତ୍ୱ ପାଇବା ପରେ ଶ୍ରୀ ଦାସ କହିଛନ୍ତି, କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଶ୍ରମତୀ ଗାନ୍ଧୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ନିଷ୍ଠାର ସହ ପାଳନ କରିବି ।

ସେପଟେ ସୋନିଆଙ୍କ ନୂଆ ଟିମ୍‌ରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ହେମାତିଲାଲ ଭୋରା, ଅମ୍ବିକା ସୋନି ଏବଂ ମଲିକାର୍ଜୁନ ଖଡେଗେଙ୍କୁ ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ଏହା ସହିତ ୯ ନୂଆ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଥିବା ବେଳେ କଂଗ୍ରେସ କାର୍ଯ୍ୟକାରଣୀରେ କେତେକ ପରିବର୍ତ୍ତନ ମଧ୍ୟ କରାଯାଇଛି । ସୋନିଆ ତାଙ୍କୁ ପରାମର୍ଶ ଦେବା ଲାଗି ଏକ କମିଟି ମଧ୍ୟ ଗଠନ କରିଛନ୍ତି ।

ଗାନ୍ଧୀ ପରିବାରକୁ ଟାର୍ଗେଟ କରି ଗତ ମାସ ସୋନିଆଙ୍କୁ ୨୩ଜଣ ନେତାଙ୍କ ‘ପତ୍ର ବୋମା’ ପରେ ଶୁକ୍ରବାର ଏଭଳି ପୁର୍ନଗଠନ କରାଯାଇଥିଲା । ଯେଉଁ ନେତା ଏହି ପତ୍ରରେ ଦସ୍ତଖତ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଗୁଲାମ ନବୀ ଆଜାଦ । ତେବେ ଆଜାଦଙ୍କୁ କାର୍ଯ୍ୟକାରୀ କମିଟିରେ ରାଖାଯାଇଛି । ଅନ୍ୟତମ ଅସନ୍ତୁଷ୍ଟ ନେତା ଜୀତିନ ପ୍ରସାଦଙ୍କୁ କାର୍ଯ୍ୟକାରିଣୀରେ ସ୍ଥାୟୀ ନିମନ୍ତ୍ରୀତ ସଭ୍ୟ କରାଯାଇଛି । ପ୍ରସାଦଙ୍କୁ ସାଧାରଣ ସମ୍ପାଦକ ମଧ୍ୟ ନିଯୁକ୍ତ କରାଯାଇଛି ଏବଂ ପଶ୍ଚିମବଙ୍ଗ ଦାୟିତ୍ୱ ଦିଆଯାଇଛି । ପ୍ରିୟଙ୍କାଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରାଯିବା ସହିତ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି ।

ଅନ୍ୟତମ ଅସନ୍ତୁଷ୍ଟ ନେତା ମୁକୁଲ ୱାସିନଙ୍କୁ ସାଧାରଣ ସଂପାଦକ କରାଯାଇ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯାଇଛି । ସୋନିଆଙ୍କୁ ସହାୟତା କରିବା ଲାଗି ଗଠିତ ୬ଜଣିଆ କମିଟିରେ ମଧ୍ୟ ସେ ସ୍ଥାନ ପାଇଛନ୍ତି । କମିଟିରେ ଥିବା ଅନ୍ୟ ସଭ୍ୟମାନେ ହେଲେ ଏକ ଆଣ୍ଟୋନୀ, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁ ଗୋପାଳ ଏବଂ ରଣଦୀପ ସିଂହ ସୂର୍ଯେୱାଲା । ସବୁଠୁ ବେଶୀ ଲାଭବାନ ହୋଇଛନ୍ତି ସୂଯେୱାଲା । ତାଙ୍କୁ ସାଧାରଣ ସଂପାଦକ କରାଯିବା ସହିତ ସ୍ୱତନ୍ତ୍ର କମିଟିର ସଭ୍ୟପଦ ମଧ୍ୟ ମିଳିଛି । ସେ ଦଳର ମୁଖ୍ୟ ମୁଖପାତ୍ର ହୋଇ ରହିେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking