26.1 C
Bhubaneswar
Friday, March 29, 2024
Homeଖେଳଗୌତମ ଗମ୍ଭୀର କରୋନା ଆକ୍ରାନ୍ତ

ଗୌତମ ଗମ୍ଭୀର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହା ସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି । ସେମାନେ ଦୟାକରି ନିଜର ପରୀକ୍ଷା କରାଇନିଅନ୍ତୁ । ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ ସାମାନ୍ୟ ଲକ୍ଷଣ ପାଇବା ପରେ ମୋ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ଯେଉଁମାନେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ସେମାନଙ୍କର ପରୀକ୍ଷା କରନ୍ତୁ ।

ଦେଶରେ କୋଭିଡ୍ ସଂକ୍ରମଣ କମିବାରେ ଲାଗିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ଥିବା ବେଳେ ଆଜି ମାମଲାରେ ବଡ଼ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ୩ ଲକ୍ଷ ୬ହଜାର ୬୪ ମାମଲା ସାମନାକୁ ଆସିଥିଲା । ପଜିଟିଭି ରେଟ୍ ୧୫.୫୨ ପ୍ରତିଶତ ହ୍ରାସ ପାଇଛି । ସେହିପରି ଦିନକରେ ୬୧୪ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୦ ଜହାର ୪୬୨ କୁ ବୃଦ୍ଧି ପାଇଛି ।

ସେହିପରି ଆକ୍ଟିଭ୍ କେସ୍ ୨୨,୩୬,୮୪୨ ହୋଇଯାଇଛି । ଏହା ବ୍ୟତୀତ ସୁସ୍ଥ ହାର ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩,୭୦,୭୧,୮୯୮ ଜଣ ଆକ୍ରାନ୍ତ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‍ ସକ୍ରିୟ ମାମଲା ରହିଛି ୨୨,୩୬,୮୪୨ । ଦୈନିକ ପଜିଟିଭିଟି ହାର ୧୫.୫୨% ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking