28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗୁଜରାଟରେ ଗ୍ୟାସ୍ ଉତ୍ପାଦନ କେନ୍ଦ୍ରରେ ବିସ୍ଫୋରଣ : ୮ ମୃତ

ଗୁଜରାଟରେ ଗ୍ୟାସ୍ ଉତ୍ପାଦନ କେନ୍ଦ୍ରରେ ବିସ୍ଫୋରଣ : ୮ ମୃତ

ଭଦୋଦରା : ଗୁଜରାଟର ଭଦୋଦରା ନିକଟରେ ଥିବା ଏକ ଗ୍ୟାସ୍ ପ୍ଲାଂଟରେ ଶନିବାର ବିସ୍ଫୋରଣ ହେବାରୁ ଅନ୍ୟୂନ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ତେବେ ୬ ଜଣ ଆହତଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁଯାୟୀ, ପାଡ୍ରା-ଜମ୍ବୁସାର ରାଜପଥ ନିକଟରେ ଏହି ଗ୍ୟାସ୍ ପ୍ଲାଂଟ୍ ଅବସ୍ଥିତ । ଶନିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ୟାସ୍ ପ୍ଲାଂଟରେ ବିସ୍ଫୋରଣ ହୋଇଥିଲା । ଖବର ପାଇବାମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ପୀଡ଼ିତଙ୍କ ମଧ୍ୟରୁ ଅଧିକାଂଶ ହେଲେ ଏହି ପ୍ଲାଂଟର ଶ୍ରମିକ । ଆହତମାନଙ୍କୁ ଭଦୋଦରା ନିକଟବର୍ତୀ ଅଟଲାଦାରା ହସ୍ପିଟାଲରେ ଭର୍ତର୍ି କରାଯାଇଛି । ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି । ଜିଲ୍ଲା ଏସପି ସୁଧୀର ଦେଶାଇ କହିଛନ୍ତି, ଆମେ ଫୋରେନସିକ୍ ଟିମର ପ୍ରମାଣକୁ ଭିର୍ତିକରି ଏତଲା ରୁଜୁ କରିବୁ । ଏହି କମ୍ପାନୀରେ ବିଭିନ୍ନ ପ୍ରକାର ଗ୍ୟାସର ଉତ୍ପାଦନ କରାଯାଇଥାଏ । ସେଠାରେ ଘଟିଥିବା ବିସ୍ଫୋରଣର କାରଣ ସମ୍ପର୍କରେ ହଠାତ୍ କିଛି ଜଣାପଡ଼ିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking