34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବୁକିଂର ଦୁଇ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର

ବୁକିଂର ଦୁଇ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ରୋଷେଇ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ଖୁସି ଖବର । ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । କେବଳ ଦୁଇ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । ସରକାରୀ ଅଏଲ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ(ଆଇଓସିଏଲ) ତତ୍କାଳ ଏଲପିଜି ସେବା ମାଧ୍ୟମରେ ଗ୍ରାହକଙ୍କୁ ମାତ୍ର ଦୁଇ ଘଣ୍ଟାରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବ । ଅର୍ଥାତ ଯେଉଁ ଦିନ ଗ୍ରାହକ ରୋଷେଇ ଗ୍ୟାସ ପାଇଁ ବୁକ୍ କରିବେ ସେହିଦିନ ଗ୍ୟାସ ସିଲିଣ୍ଡର ମିଳିଯିବ । ଟ୍ୱିଟ କରି ଏହି ସୂଚନା ଦେଇଛି ଇଣ୍ଡିଆନ ଅଏଲ।

ଆଇଓସିଏଲ ଟ୍ୱିଟ କରି କହିଛି, ଇଣ୍ଡଷ୍ଟ୍ରୀରେ ପ୍ରଥମ, ଇଣ୍ଡିଆନ ଅଏଲର ଇଣ୍ଡିଆନ ତତ୍କାଳ ସେବା ବୁକିଂର ମାତ୍ର ଦୁଇ ଘଣ୍ଟା ଭିତରେ ଏଲପିଜି ପହଞ୍ଚାଇବାର ଆଶ୍ୱାସନା ଦେଉଛି । ଆଇଭିଆରଏସ, ଇଣ୍ଡିଆନ ଅଏଲ ୱେବସାଇଟ୍ କିମ୍ୱା ଇଣ୍ଡିଆନ ଅଏଲ ୱାନ୍ ଆପ ମଧ୍ୟରେ ଅଳ୍ପ ପ୍ରିମିୟମରେ ସେବାର ଲାଭ ଉଠାଇ ପାରିବେ। ବର୍ତ୍ତମାନ ଏହି ସେବା ହାଇଦ୍ରାବାଦର କିଛି ନିର୍ଦ୍ଦିଷ୍ଟ ବିତରକଙ୍କ ପାଖରେ ଉପଲବ୍ଧ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking