34.1 C
Bhubaneswar
Friday, March 29, 2024
Homeଓଡିଶାବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ | ପ୍ରତି ଗ୍ୟାସ ସିଲିଣ୍ଡର ଉପରେ ୧୯ ଟଙ୍କାର ଦର ବୃଦ୍ଧି ଘଟିଛି | ନୂଆଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୧୪ ଟଙ୍କାରେ ପହଂଚିଥିବାବେଳେ ଆଜି ଠାରୁ ଏହି ବର୍ଦ୍ଧିତ ମୂଲ୍ୟ ସାରା ଦେଶରେ ଲାଗୁ ହୋଇଯାଇଛି | ଡିସେମ୍ବର ମାସରେ ବିନା ସବସିଡି ଗ୍ୟାସ(୧୪.୨ କିଲୋଗ୍ରାମ) ମୂଲ୍ୟ ୬୯୫ ଟଙ୍କା ଥିବାବେଳେ ଆଜିଠାରୁ ୭୧୪ ଟଙ୍କାରେ କିଣିବାକୁ ପଡିବ | ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(୧୯ କିଲୋଗ୍ରାମ)ର ମୂଲ୍ୟରେ ୨୯ ଟଙ୍କା ୫୦ ପଇସା ମୂଲ୍ୟ ବୃଦ୍ଧି ଘଟିଛି | ଏହାର ମୂଲ୍ୟ ଏବେ ୧୨୪୧ ଟଙ୍କାରେ ପହଂଚିଛି | ବର୍ଦ୍ଧିତ ଦରକୁ ହିସାବକୁ ନେଲେ କୋଲକାତାରେ ୭୪୭ ଟଙ୍କା, ମୁମ୍ବାଇରେ ୬୮୪ ଟଙ୍କା ଓ ଚେନ୍ନାଇରେ ୭୩୪ ଟଙ୍କାରେ ମୂଲ୍ୟ ପହଂଚିଛି | ଏଠାରେ ସୂଚନା ଥାଉ କି ଗତବର୍ଷ ନୂଆବର୍ଷ ଅବସରରେ ମୋଦୀ ସରକାର ଏଲପିଜି ସିଲିଣ୍ଡର ପିଛା ବଡ଼ଧରଣର ରିହାତି ଦେଇଥିଲେ |
https://onakhabar.com/2019/12/31/fever-fear-at-kalahandi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking