38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଗଙ୍ଗାନଦୀରେ ଅଘଟଣ : ଡଙ୍ଗାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର

ଗଙ୍ଗାନଦୀରେ ଅଘଟଣ : ଡଙ୍ଗାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ବିହାରର ରାଜଧାନୀ ପାଟଣାରେ ବଡ ଧରଣର ବିସ୍ଫୋରଣ । ଗଙ୍ଗାନଦୀରେ ଏକ ଡଙ୍ଗାରେ ଥିବା ଗ୍ୟାସ୍ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ । ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କୁହାଯାଉଛି ଯେ, ଡଙ୍ଗାରେ ବେଆଇନ ବାଲି କାରବାର ହେଉଥିଲା । ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରେ ପହଁଚାଯାଉଥିଲା । ଏପରିକି ବାଲି ପରିବହନ କରୁଥିବା ଶ୍ରମିକଙ୍କ ପାଇଁ ଦ୍ୱିପହର ଖାଇବା ରନ୍ଧା ଯାଉଥିଲା । ଏତିକି ବେଳେ ଗ୍ୟାସ୍ ଲିକ୍ ହେବା ସହ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ମନେର ଥାନା ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣରେ ୪ ଜଣ ପ୍ରାଣ ହରାଇଛନ୍ତି । ଡଙ୍ଗାରେ ଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । କିଛି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ପାଟନାରେ ଗଙ୍ଗାନଦୀ ଦେଇ ବେଆଇନ ବାଲି ଚାଲାଣ ହୁଏ । ମାଫିଆମାନେ ଡଙ୍ଗା ସାହାଯ୍ୟରେ ବାଲିର ଚୋରାଚାଲାଣ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking