29.1 C
Bhubaneswar
Monday, August 15, 2022
Homeସ୍ୱାସ୍ଥ୍ୟହାର୍ଟ ଓ ଡାଇବେଟିସ ପାଇଁ ଖୁବ୍‌ ଉପକାରୀ ରସୁଣ

ହାର୍ଟ ଓ ଡାଇବେଟିସ ପାଇଁ ଖୁବ୍‌ ଉପକାରୀ ରସୁଣ

ନୂଆଦିଲ୍ଲୀ : ରସୁଣକୁ ଅମୃତ ବୋଲି କୁହାଯାଇଥାଏ । ମାତ୍ର ଏହା ରାକ୍ଷସର  ଉଚିଷ୍ଟ ହୋଇଥିବାରୁ  ଅନେକ କାର୍ଯ୍ୟରେ ବ୍ୟବହାର  କରାଯାଏ ନାହିଁ ବୋଲି ବିଶ୍ୱାସ ରହିଛି ।  ରସୁଣ ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ସୌନ୍ଦ୍ଯର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ।

ରସୁଣ କୌଣସି ଔଷଧଠାରୁ କମ୍‌ ନୁହେଁ । କିଛି ଲୋକ ଏହା ଗନ୍ଧ ଯୋଗୁଁ ବ୍ୟବାହାର କରି ନଥାନ୍ତି ।  ହେଲେ ରସୁଣର ଅନେକ ଭଲ ଗୁଣ ରହିଛି । ମାତ୍ର ଏହାକୁ ଏକ ନିର୍ଦିଷ୍ଟ ମାତ୍ରାରେ ସେବନ କରିବା ଆବଶ୍ୟକ । ଅତ୍ୟଧିକ ବି ସେବନ କରିବେ ନାହିଁ ।  ରସୁଣରେ ଆଣ୍ଟିଅକ୍ସଡେଣ୍ଟର ମାତ୍ର ବହୁତ ଅଧିକ । ଏହାକୁ ସେବନ କଲେ ଚୁଟି ଓ ଚର୍ମ ଭଲ ରହିଥାଏ।  ମଧୁମେହ ବା ଡାଇବେଟିସ୍‌ ଓ ହାର୍ଟ ଆଟାକ୍‌ ବା ହୃଦ ରୋଗପାଇଁ ରସୁଣ ବରଦାନ ପରି କାମ ଦିଏ

ରସୁଣ ଖାଇଲୋ ଚୁଟି ଘନ ହେବା ସହ କଳା ରହିଥାଏ । ଚର୍ମ ପୋଡିବା , କୁଣ୍ଡେଇ ହେବା ଆଦିରେ ରସୁଣ ଭାଲ କାମ କରିଥାଏ ।ରସୁଣକୁ କ୍ଷୀର ସହର ଅଳ୍ପ ପରିମାଣରେ ମିଶାଇ ଚର୍ମରେ ଲଗାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବ୍ରଣ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାକୁ ଥିଲେ  ରସୁଣ ଭଲ କାମ କରିଥାଏ । ଧଳା ଭିନେଗାର୍ ଅଳ୍ପ ପରିମାଣ ବା ଏକ ଚାମଚ ଭିନେଗାରରେ ଅଳ୍ପ ରସୁଣ ପେଷ୍ଟ ଭଲ ଭାବରେ ମିଶାନ୍ତୁ ।  ବ୍ରଣ ଉପରେ ଲଗାଇ ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ ବ୍ରଣ ସମସ୍ୟା ଭଲ ହେବ । ବ୍ଲାକହେଡ୍‌ ବା କଳା ବ୍ରଣ ସମସ୍ୟାରୁ ବି ରସୁଣ ମୁକ୍ତି ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking