35.1 C
Bhubaneswar
Tuesday, April 23, 2024
Homeଅପରାଧମୁମ୍ବାଇରେ ଗଞ୍ଜାମ ଯୁବକଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇରେ ଗଞ୍ଜାମ ଯୁବକଙ୍କ କରୋନାରେ ମୃତ୍ୟୁ

ବ୍ରହ୍ମପୁର : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ରବିବାର ଜଣେ ଓଡିଆଙ୍କ ମୃତ୍ୟୁ ଘଟିବା ଗଞ୍ଜାମ ଜିଲ୍ଲାବାସୀଙ୍କ ମନରେ ଦୁଃଖ ଦେଇଛି । ହିଞ୍ଜିଳି ବ୍ଲକର ପୋଚିଲାମା ଗ୍ରାମରେ ରହୁଥିବା ବ୍ୟକ୍ତି ଜଣକ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ମୁମ୍ବାଇରେ ରହୁଥିଲେ । ସେ କିଛିଦିନ ପୂର୍ବେ ଅସୁସ୍ଥ ଅନୁୂଭବ କରିବା ଯୋଗୁଁ ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଜଣେ କରୋନା ପଜିଟିଭ ରୋଗୀ ପୂର୍ବରୁ ଚିକିତ୍ସିତ ହେଉଥିଲେ । ତାଙ୍କର କରୋନା ଟେଷ୍ଟ ହେବା ପରେ ପଜିଟିଭ ଆସିଥିଲା । ରବିବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବ୍ୟକ୍ତି ଜଣକୁ ୬୧ ବର୍ଷ ହୋଇଥିଲା । ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଅନେକ ଲୋକଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ବ୍ୟକ୍ତି ଜଣକ ଓଡ଼ିଆ ଜଣାପଡିବା ପରେ ହିଞ୍ଜିଳି ବ୍ଲକ ବିଡିଓ ଏବଂ ତହସିଲଦାର ସେହି ଅଞ୍ଚଳକୁ ଯାଇ ତନାଘନା କରିଥିଲେ  |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking