27.1 C
Bhubaneswar
Friday, March 29, 2024
Homeଓଡିଶାସଂଗରୋଧ କେନ୍ଦ୍ରରେ ସମସ୍ୟା ନେଇ ପ୍ରବାସୀଙ୍କ ହୋହଲ୍ଲା

ସଂଗରୋଧ କେନ୍ଦ୍ରରେ ସମସ୍ୟା ନେଇ ପ୍ରବାସୀଙ୍କ ହୋହଲ୍ଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଗଙ୍ଗାପୁର ଗ୍ରାମପଞ୍ଚାୟତରେ ଥିବା ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଥିବାରୁ ପ୍ରବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଗଙ୍ଗାପୁର ପଞ୍ଚାୟତ କିଶୋରଚନ୍ଦ୍ରପଲ୍ଲୀ ଗ୍ରାମ ସୁଦର୍ଶନ ହାଇସ୍କୁଲ କ୍ବାରେଣ୍ଟାଇନ କେନ୍ଦ୍ରରେ ପ୍ରାୟ ୭୦ରୁ ଅଧିକ ପ୍ରବାସୀ ରହିଥିବା ବେଳେ ଏକ ବର୍ଷ ଓ ଦୁଇ ବର୍ଷର କିଛି ଶିଶୁ ରହିଛନ୍ତି। ସେମାନଙ୍କୁ ଖାଦ୍ୟ ବିଳମ୍ବରେ ପ୍ରଦାନ କରାଯାଉଥିବାନେଇ ପ୍ରବାସୀମାନେ ଅଭିେଯାଗ କରିଥିଲେ। ଗଙ୍ଗାପୁର ସରପଞ୍ଚଙ୍କୁ ଏ ସଂକ୍ରାନ୍ତରେ ଜଣାଇବା ପରେ ମଧ୍ୟ ଖାଦ୍ୟ ଦେବାରେ ବିଳମ୍ବ ହେବାରୁ ଗତକାଲି ପ୍ରବାସୀମାନେ ରାସ୍ତା ଉପରକୁ ଧାରଣା ବସିଥିବାସହ ହୋହଲ୍ଲା କରିଥିଲେ। ଏହା ସହିତ ଶୌଚାଳୟ ସଫାରେ ଅବହେଳା, ପାଣି ସମସ୍ୟା ଭଳି ଗୁରୁତ୍ବପୂର୍ଣ୍ଣ ଅଭିେଯାଗ ରଖିଥିଲେ। ସେହିଭଳି ବାଲିସିରା ପଞ୍ଚାୟତରେ ମଧ୍ୟ ଖାଦ୍ୟପଦାର୍ଥ ନିମ୍ନମାନର ଯୋଗୁ  ପ୍ରବାସୀମାନେ ପ୍ରତିବାଦ କରି ବିଳମ୍ବରେ ଖାଇଥିବା ଜଣାଯାଇଛି। ଆସିକା ସରକାରୀ ନିରଞ୍ଜନ ମହିଳା କଲେଜ କ୍ବାରେଣ୍ଟାଇନରେ ୨୬୦ ଜଣ ପ୍ରବାସୀ ରହିଛନ୍ତି। ସେଠାରେ ପାଣି, ଶୌଚାଳୟ ସମସ୍ୟା େଯାଗୁଁ ପ୍ରବାସୀମାନେ ଅସୁବିଧା ସମ୍ମୁଖୀନ ହୋଇଥିବା ସୂଚନା ରହିଥିବା ବେଳେ ଶିଶୁମାନଙ୍କୁ ଖାଇବା ଦେବାରେ ବହୁ ବିଳମ୍ବ ହେଉଥିବା ଜଣାଯାଇଛି। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କ୍ବାରେଣ୍ଟାଇନରେ ମଧ୍ୟ ଅନୁରୁପ ସମସ୍ୟା ଦେଖାଦେଇଛି। ଆସିକା ବ୍ଲକ୍ କାଳଷଣ୍ଡପୁର ଗ୍ରାମପଞ୍ଚାୟତ ଅଧୀନ ପୁଡୁଗେଶ୍ବରପଲ୍ଲୀ ବିଦ୍ୟାଳୟ କ୍ବାରେଣ୍ଟାଇନରେ ସାପ ଦେଖାଦେବା, ନିମିନା ଗ୍ରାମପଞ୍ଚାୟତ ଖଣ୍ଡରାବଳି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସାପ ଯୋଗୁ  ପ୍ରବାସୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
ସୂଚନାେଯାଗ୍ୟ, ଖୁକୁଣ୍ଡିଆ, ବାଙ୍ଗରଡ଼ା ଗ୍ରାମପଞ୍ଚାୟତ କ୍ବାରେଣ୍ଟାଇନରେ ସାପ େଯାଗୁଁ ଆହତ ଓ ସନ୍ଦେହଜନକ ମୃତ୍ୟୁ ହୋଇଥିବା ପୂର୍ବରୁ ସୂଚନା ରହିଥିଲା। ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପ୍ରବାସୀମାନଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking