28.1 C
Bhubaneswar
Friday, March 29, 2024
Homeଓଡିଶାଜରିପାଲ ତଳେ ଜୀବନ, ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବୃଦ୍ଧା 

ଜରିପାଲ ତଳେ ଜୀବନ, ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବୃଦ୍ଧା 

ଗଞ୍ଜାମ : ଖାଇବାକୁ ଦାନା ନାହିଁ, ଚିନ୍ତାରେ ନିଦ ନାହିଁ । ଭିକ ମାଗିଲେ ପେଟ ପୁରୁଛି, ନ ମିଳିଲେ ଭୋକରେ ଦିନ କଟୁଛି । ଘରଦ୍ୱାର କିଛି ନାହିଁ । ଆତ୍ମୀୟ ସ୍ୱଜନ ବୋଲି କେହି ନାହାନ୍ତି । ଏକାନ୍ତ, ନିଃସଙ୍ଗ । ପରଆଶ୍ରାରେ କଟୁଛି ଦିନ ବୋଲି ଦୁଃଖଭରା କଣ୍ଠରେ କହିଛନ୍ତି ନମିତା ପାଣିଗ୍ରାହୀ(୬୫) । ଶିଳ୍ପାଞ୍ଚଳ ଛକ ନିକଟ ରାସ୍ତା କଡ଼ ତାଙ୍କ ଘର । ରାସ୍ତା ପାଶ୍ୱର୍ରେ ଜରିପାଲ ତଳେ ରହୁଛନ୍ତି ନମିତା । ଗତ ୩ ବର୍ଷ ଧରି ଏଭଳି ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି । ପ୍ରଶାସନ କୌଣସି ପ୍ରକାର ସୁବିଧା ଦେଇନି । କିଛିବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ପୁଅକୁ ଧରି ମାଆ କଷ୍ଟେମଷ୍ଟେ ଚଳି ଆସୁଥିଲେ । ପୁଅ ରଙ୍ଗ କାମ କରି ଯାହା କିଛି ରୋଜକାର କରୁଥିଲା, ସେଥିରେ ଚାଲୁଥିଲା ପରିବାର । କିଛିବର୍ଷ ପୂର୍ବେ ସେ ବି ପରକରି ଚାଲିଗଲା ଆରପାରିକୁ ।

ଚୁନ କାମ କରୁଥିବା ବେଳେ ଛାତରୁ ପଡ଼ି ପ୍ରାଣ ହରାଇଥିଲା ପୁଅ । ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡିଥିବା ନମିତା ପୁଣି ପୁଅକୁ ହରାଇ ଏବେ ହୋଇପଡିଛନ୍ତି ଅସହାୟ । ବୟସର ଅପରାହ୍ନରେ ନିଜର ବୋଲି କେହି ନାହାଁନ୍ତି ।  ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ଶୀତ କାକରରେ ଦିନ କାଟୁଛନ୍ତି । ବର୍ଷା ହେଲେ ପାଲ ଗୁଳୁଛି । ପାଣି ପଶୁୁଛି । ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ଦିନ କାଟୁଛନ୍ତି । ରାସ୍ତା କଡ଼ରେ ରହୁଥିବାରୁ ଅଘଟଣର ଆଶଙ୍କା ମଧ୍ୟ ରହୁଛି । କିନ୍ତୁ ତାଙ୍କ ପାଇଁ ନା’ ପ୍ରଶାସନ ନା’ ଜନ ପ୍ରତିନିଧି କାହାରି ମଧ୍ୟ ନଜର ପଡୁନି । ନିକଟସ୍ଥ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରି ଚଳୁଛନ୍ତି ନମିତା । ଦୁଇଓଳା ଠିକ୍‌ରେ ମଧ୍ୟ ଖାଇବାକୁ ପାଉନଥିବା କହିଛନ୍ତି । ବିଭିନ୍ନ ସ୍ଥାନରୁ ଜାଳ କାଠ ସଂଗ୍ରହ କରି ରୋଷେଇ କରି ଖାଉଛନ୍ତି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସାଥ୍ ଦେଉନି । ହାତ ଗୋଡ ବିନ୍ଧୁଥିବାରୁ ଠିକ୍‌ରେ ମଧ୍ୟ ଚାଲିବାକୁ ସକ୍ଷମ ନୁହଁନ୍ତି ନମିତା । ସକାଳ ହେଲେ ବାଡି ସାହାଯ୍ୟରେ ମନ୍ଦିର ନିକଟକୁ ଯାଇ ଯିଏ ଯାହା ଦେଲା ତାକୁ ସଂଗ୍ରହ କରନ୍ତି । ସରକାର ଗରିବଙ୍କ ପାଇଁ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ଏମାନଙ୍କ ପାଇଁ ତାହା ଅପହଞ୍ଚ । ନା ଅଛି ରାସନ କାର୍ଡ ନା’ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା । ସବୁ ସୁବିଧାରୁ ବଞ୍ôଚତ ହୋଇ ନିରାଶ୍ରୟ ଜୀବନ ବିତାଉଛନ୍ତି ନମିତା । ସରକାର ସ୍ଥାୟୀ ଥଇଥାନ କରିବା ସହ ରାସନ୍ କାର୍ଡ ଓ ଭତ୍ତା ଯୋଜନାରେ ସାମିଲ କଲେ ଉପକୃତ ହୋଇପାରନ୍ତେ ବୋଲି ନମିତା କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking