28.1 C
Bhubaneswar
Thursday, March 28, 2024
Homeଓଡିଶାକରୋନାର କରୁଣ କାହାଣୀ, ଭିକ୍ଷା ମାଗି ପରିବାର ପୋଷୁଛନ୍ତି ନୀଳମଣି

କରୋନାର କରୁଣ କାହାଣୀ, ଭିକ୍ଷା ମାଗି ପରିବାର ପୋଷୁଛନ୍ତି ନୀଳମଣି

ଗଞ୍ଜାମ: କରୋନା ଅଦୃଶ୍ୟ ଭୂତାଣୁ କିଛି ମାସ ମଧ୍ୟରେ ଅନେକ ଅବାସ୍ତବ କାହାଣୀ ସୃଷ୍ଟି କରିଛି । କିଏ ନିଜ ଲୋକଙ୍କୁ ହରାଇ କାନ୍ଦୁଛି ତ ଆଉ କିଏ ପେଟର ଭୋକ ଦାଉରୁ ରାସ୍ତାରେ ବୁଲି ଭିକ ମାଗୁଛି । ଆଜିର ଏହି ସମାଜରେ ଏଭଳି ଅନେକ ଚିତ୍ର ଦେଖିବାକୁ ମିଳୁଛିି । ଭୂତାଣୁ ଭୟରେ ଘରେ ରହିଛି ତ ଆଉ କିଏ ଭୋକ ଭୟରେ ବାହାରେ ବୁଲୁଛି । ଗରିବ ଖଟିଖିଆଙ୍କ ନିମନ୍ତେ ଭୂତାଣୁ ଭୟ ଠାରୁ ଭୋକର ଭୟ ବଳି ଯାଇଛି । ଠିକ୍ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ପରିବାରର ଭୋକ ମେଣ୍ଟଇବାକୁ ସଟ୍‌ଡାଉନ୍‌ରେ ମଧ୍ୟ ଜୀବନକୁ ବାଜି ଲଗାଇ ଭିକ୍ଷା ମାଗୁୁଛନ୍ତି ଦୃଷ୍ଟିହୀନ ଯୁବକ ନୀଳମଣି ବେହେରା । ପଚାରିଲେ କହୁଛନ୍ତି ବାବୁ ମୁଁ କରୋନା ଭୂତାଣୁ କ’ଣ ଆଉ କେମିତିକା ଦେଖିନି । ହେଲେ ସ୍ତ୍ରୀ ଓ ପିଲାଙ୍କ ଭୋକର ଚିତ୍କାର ମୋର ନିଜ କାନରେ ଶୁଣିଛି ।

ଏଭଳି ପରିସ୍ଥିତିରେ ଭୂତାଣୁ ଡରରେ ଘରେ ରହିବି କି ବୋଲି ପ୍ରଶ୍ନ କରିଛନ୍ତି । ମୋର ପରିବାରକୁ ପେଟ ପୂରାଇ ଖାଇବାକୁ ଦେବାକୁ ସକ୍ଷମ ନୁହେଁ । କିନ୍ତୁ ଭୋକ ଦୂର କରିବା ସହ ମୋର ପିଲାଙ୍କୁ ବଞ୍ଚି ରହିବା ନିମନ୍ତେ ଖାଇବାକୁ ଯୋଗାଡ଼ କରିବା ପାଇଁ ସକ୍ଷମ ବୋଲି ନୀଳମଣି ବେହେରା କହିଛନ୍ତି । ବୟସ ମାତ୍ର ୩୦ ବର୍ଷ । ପରିବାର କହିଲେ ସ୍ତ୍ରୀ ଓ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅକୁ ନେଇ ସଂସାର । ନୀଳମଣି ଜନ୍ମରୁ ହିଁ ଦୃଷ୍ଟି ଶକ୍ତି ହରାଇଛନ୍ତି । ପରିବାର ସହ ଫାଷ୍ଟଗେଟ୍ ନିକଟ ଧୋବା ବନ୍ଧ ହୁଡ଼ାରେ ରହୁଛନ୍ତି । ନିଜର ବୋଲି କିଛି ନାହିଁ । କିନ୍ତୁ ତାଙ୍କ ପରିବାର ହଁ ତାଙ୍କ ପାଇଁ ବଡ ସମ୍ପତ୍ତି ବୋଲି କହିିଛନ୍ତି । ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଭିକ୍ଷା ମାଗିିଥାନ୍ତି । ସହରର ବୁଢି ଠାକୁରାଣୀ ମନ୍ଦିର, କୋର୍ଟପେଟା ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରମଣିପେଟା ସାହି ଭଳି ସହରର ଅନେକ ସ୍ଥାନରେ ବସି ଭିକ୍ଷା ମାଗୁଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ସ୍ତ୍ରୀ ଘର ଘର ବୁଲି ବିସ୍କୁଟ୍ ଓ ପାଉରୁୁଟି ବିକ୍ରି କରୁଛନ୍ତି ।

ସେଥିରୁ ଯାହା କିିଛି ଉପାର୍ଜନ ହୁଏ, ସେଥିରେ ତାଙ୍କ ପରିପବାରର ୪ ପେଟକୁ ସମାନ । ବେଳେ ବେଳେ ପରିିସ୍ଥିତି ଏପରି ହୁଏ ଯେ ପିଲାଙ୍କ ପେଟକୁ ମଧ୍ୟ ଦୁଇଓଳା ଦାନା ଯୋଗାଡ କରିବା କଷ୍ଟକର ହୋଇପଡେ । ସରକାରୀ ସହାୟତା କହିଲେ ମାସକୁ ୫ କିଲୋ ଚାଉଳ ଓ ସରକାରୀ ଭତ୍ତାକୁ ଛାଡି ଦେଲେ ଆଉ କିଛି ନାହିଁ । ଘର ଖଣ୍ଡିକ ନିମନ୍ତେ ଅନେକ ଥର ସରକାରୀ ବାବୁଙ୍କ ପାଖକୁ ଦୌଡିଲା ପରେ ଏବେ ତାଲିକାରେ ନାମ ଆସିଛି । ହେଲେ ଏବେ ସୁଦ୍ଧା ମୁଣ୍ଡ ଗୁଞ୍ଜିବା ନିମନ୍ତେ ବାସଗୃହ ନାହିଁ ।

ତଥାପି ସରକାର ଉପରେ ଭରସା ଅଛି ତାଙ୍କର । ସେପଟେ ପିଲାଙ୍କ ପାଠ ପଢିବା ଦୃଢ ଇଚ୍ଛା ରହିଥିଲେ ମଧ୍ୟ ଅର୍ଥ ସାଜିଛି ପ୍ରତିବନ୍ଧକ । ଖାଇବାକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ସଂଗ୍ରାମ କରୁଛୁ, ପିଲାଙ୍କୁ ପାଠ କେମିିତି ପଢାଇବୁ ଓ ଭଲ ପିନ୍ଧିବାକୁ କେଉଁଠୁ ଆଣିବୁ ବୋଲି କୋହ ଭରା କଣ୍ଠରେ ନୀଳମଣିି କହିଛନ୍ତି । କୌଣସି ବ୍ୟକ୍ତି କିମ୍ବା ସଂଗଠନ ତାଙ୍କୁ ସାହାଯ୍ୟ କଲେ ୪ ପ୍ରାଣୀ କୁଟୁମ୍ବଙ୍କୁ ଦୁଇଓଳା ଦୁଇମୁଠା ଭୋକିଲା ପେଟକୁୁ ଦାନା ପାଇପାରନ୍ତେ ବୋଲି ନୀଳମଣି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking