39.2 C
Bhubaneswar
Thursday, April 18, 2024
Homeଓଡିଶାଗରିବ,ଅସହାୟଙ୍କୁ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଣ୍ଟିଲେ ରାସନ ସାମଗ୍ରୀ

ଗରିବ,ଅସହାୟଙ୍କୁ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଣ୍ଟିଲେ ରାସନ ସାମଗ୍ରୀ

ଗଞ୍ଜାମ :  କରୋନା ଭାଇରସ ଯୋଗୁଁ ସରକାର ଲକଡାଉନ ନିତି ଆପଣାଇଥିବା ବେଳେ ଏହାଦ୍ୱାରା ଗରିବ,ଅସହାୟମାନେ କାମ ହରାଇ ବେରୋଜଗାର ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ଜଙ୍ଗଲ ଓ ପରିବେଶ,ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ଅଢେଇ ଗାଁ ଗ୍ରାମ ପଂଚାୟତ,ବରଗାଁ ଗ୍ରାମ ପଂଚାୟତ,ବି.ଡି ପୁର ଗ୍ରାମ ପଂଚାୟତ,ଝାଡ଼ଭୂମି ଗ୍ରାମ ପଂଚାୟତ ଓ ଜଗନ୍ନାଥ ପ୍ରସାଦ ଗ୍ରାମ ପଂଚାୟତ ଆଦି ଜାଗା କୁ ଗସ୍ତ କରି ରାସନକାର୍ଡ ନଥିବା ୪୫୦ ଗରିବ,ଅସହାୟ ପରିବାରକୁ ଚାଉଳ, ଡାଲି ତେଲ ଆଦି ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି ମନ୍ତ୍ରୀ । ଏହା ସହିତ ଜଗନ୍ନାଥ ପ୍ରସାଦ ବ୍ଲକ ର ବିଭିନ୍ନ ଗ୍ରାମ ପଂଚାୟତ କୁ ମଧ୍ଯ ରାସନ ସାମଗ୍ରୀ ଯୋଗେଇ ଦିଆଯାଇଛି ।ଏହି ଅବସର ରେ ବିଡ଼ିଓ ଅନୁପ କୁମାର ପଣ୍ଡା,ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ,ସମାଜସେବୀ ମୋହନ ପ୍ରଧାନ, ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ସମାଜ ସେବୀ ସୁଳପାଣି ଶତପଥୀ,ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା,ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ,ସମିତିସଭ୍ୟ ଅମୀର ସ୍ୱାଇଁ, ସରପଞ୍ଚ ଯଶୋବନ୍ତ ବଲବନ୍ତ ସାହାଣୀ,ବିଭିନ୍ନ ପଂଚାୟତ ର ସରପଞ୍ଚ ,ସମିତିସଭ୍ୟ ,ବ୍ଲକ କର୍ମଚାରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking