31.1 C
Bhubaneswar
Tuesday, April 23, 2024
Homeଓଡିଶାରୋଗୀ ଯାଉନାହାନ୍ତି ଡାକ୍ତରଖାନା, କ୍ୱାକ୍ ଭରସାରେ କରୋନା ଚିକିତ୍ସା !

ରୋଗୀ ଯାଉନାହାନ୍ତି ଡାକ୍ତରଖାନା, କ୍ୱାକ୍ ଭରସାରେ କରୋନା ଚିକିତ୍ସା !

ରଙ୍ଗେଈଲୁଣ୍ଡା : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ଭୟ ଦୂର ହୋଇନି । ରଙ୍ଗେଇଲୁଣ୍ଡା ବ୍ଲକରେ ୩୬ଟି ଗ୍ରାମ ରେଡ୍ ଜୋନରେ ରହିଥିବା ବେଳେ ୮୭ଟି ଗ୍ରାମ ଗ୍ରୀନ ଜୋନରେ ରହିଛି । ତେବେ ବିଭିନ୍ନ ଗ୍ରାମାଞ୍ଚଳରେ ଜ୍ୱର, କାଶ ଓ ଥଣ୍ଡା ଲାଗି ରହିଛି । ଗୋଳନ୍ଥରା, ଚଟି, ରଣ୍ଢା, କନିଷି ହାଟ, ତୁଳୁ, ସୋରଲା ରୋଡ ଜଙ୍କସନ, କରାପଲ୍ଲୀ, ନାରାୟଣପୁର, ଗୋବିନ୍ଦନଗର ଓ ବିଭିନ୍ନ ଗ୍ରାମାଞ୍ଚଳରେ କ୍ୱାକ ଡ଼ାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ସେଠାରେ ସାମାନ୍ୟ ଜ୍ୱର ହେଲେ ଲୋକମାନେ କ୍ୱାକଙ୍କ ନିକଟରେ ଗହଳି କରୁଛନ୍ତି । ଏଥିସହ ରୋଗୀମାନଙ୍କ ଠାରୁ କ୍ୱାକ୍‌ମାନେ ଅତ୍ୟଧିକ ଟଙ୍କା ଶୋଷଣ କରୁଥିବା ଅଭିଯୋଗ ହୋଇଛି। କେତେକ କ୍ୱାକ ଫଳକ ନଲଗାଇ ଘରେ ଓ ଦୋକାନ କରି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ।

ଅନ୍ୟ କିଛି କ୍ୱାକମାନେ ମୋଟର ସାଇକେଲରେ ବୁଲି ଇଞ୍ଜେକସନ, ସାଲାଇନ ଓ ବିଭିନ୍ନ ପ୍ରକାର ମେଡିସିନ ପ୍ରଦାନ କରୁଛନ୍ତି । ଯାହାଦ୍ୱାରା ରୋଗୀମାନଙ୍କ ଜ୍ୱର, ଥଣ୍ଡା ଓ କାଶ ନକମି ଗୁରୁତର ହୋଇପଡ଼ୁଛନ୍ତି । ଅନ୍ୟପଟେ ରୋଗୀମାନେ ଭୟଭୀତ ହୋଇ କରୋନା ଟେଷ୍ଟ କରୁନାହାନ୍ତି । କିଛି ରୋଗୀ ଇତିମଧ୍ୟରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହେବାର ନଜିର ରହିଛି । କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମନ୍ତ୍ରିଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସୁନାଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁଥିଲେ ମଧ୍ୟ ରୋଗୀମାନେ ସେଠାକୁ ନଯାଇ କ୍ୱାକମାନଙ୍କ ନିକଟକୁ ଶୋଷଣର ଶିକାର ହେଉଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking